ଏସ୍‌ଆର୍‌ସି କଲେ ବଡ଼ ଘୋଷଣା: ଶନିବାର, ରବିବାର ଶଟ୍‌ଡାଉନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ନେଇ କଠୋର ହେଲେ ରାଜ୍ୟ ସରକାର। ସାରା ରାଜ୍ୟରେ ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ ଶଟଡାଉନ ରହିବ। ଅର୍ଥାତ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିବ। ଏନେଇ SRC ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି। ସେହିପରି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ କଲେ ସରକାର। ସେହିପରି କୋଭିଡ୍ ଗାଇଡଲାଇନ୍‌କୁ […]

shut-down

Manoranjan Sial
  • Published: Monday, 19 April 2021
  • , Updated: 19 April 2021, 08:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତକୁ ନେଇ କଠୋର ହେଲେ ରାଜ୍ୟ ସରକାର। ସାରା ରାଜ୍ୟରେ ସହରାଞ୍ଚଳରେ ସପ୍ତାହକୁ ଦୁଇ ଦିନ ଶଟଡାଉନ ରହିବ। ଅର୍ଥାତ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ରହିବ। ଏନେଇ SRC ପ୍ରଦୀପ ଜେନା ଘୋଷଣା କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦିଆଯାଇଛି। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି। ସେହିପରି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ କଲେ ସରକାର।

ସେହିପରି କୋଭିଡ୍ ଗାଇଡଲାଇନ୍‌କୁ କଡ଼ାକଡ଼ି କରି ବିବାହ ଶୋଭାଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ସରକାର ଜାରି କରିଥିବାବେଳେ ବାହାଘରରେ ଯୋଗ ଦେବାକୁ ଥିବା ସର୍ବାଧିକ ୫୦ଜଣଙ୍କ ତାଲିକା ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ। ବିବାହ ଶୋଭାଯାତ୍ରା କଲେ ଗାଡ଼ି, ମାଇକ, ବ୍ୟାଣ୍ଡପାର୍ଟି ଜବତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହୋଟେଲ, ରେଷ୍ଟୁରାଣ୍ଟରେ ବାହାର ଲୋକ ବସି ଖାଇବା ଉପରେ  କଟକଣା ଜାରି କରାଯିବା ସହ କେବଳ ଘରକୁ ଖାଇବା ସାମଗ୍ରୀ ଆଣିହେବ ବୋଲି ଏସଆରସି କହିଛନ୍ତି। ଏହାସହିତ ଗାଁ ଗହଳିରେ ଭୋଜିଭାତ ଆୟୋଜନ ଉପରେ କଟକଣା ଜାରି କରାଗଲା ବୋଲି କହିଛନ୍ତି। ଯେଉଁମାନେ ଏହି ନିୟମ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।

 

 

Related story