କୁନା ତ୍ରିପାଠୀ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା କୁନା ତ୍ରିପାଠୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏହି ଦାୟିତ୍ୱ ଅଭିନେତା ମୁନ୍ନା ଖାଁଙ୍କ ପାଖରେ ଥିଲା। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ ବିଜେଡିରେ ମିଶିଥିଲେ। […]

Kuna copy

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା କୁନା ତ୍ରିପାଠୀଙ୍କୁ ମିଳିଛି ନୂଆ ଦାୟିତ୍ୱ। ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଏହି ଦାୟିତ୍ୱ ଅଭିନେତା ମୁନ୍ନା ଖାଁଙ୍କ ପାଖରେ ଥିଲା। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ ବିଜେଡିରେ ମିଶିଥିଲେ। ମିଶିବା ପରେ ସେ ବହୁ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛନ୍ତି। କିନ୍ତୁ ସେ ଏ ପର୍ଯ୍ୟନ୍ତ କୌଣସି ପଦ ପଦବୀରେ ରହିନଥିଲେ।

 

 

ପୂର୍ବରୁ କିଛି କିଛି ଅଭିନେତା ବିଜେଡିରେ ମିଶି ନିଜ ପାଇଁ କିଛି କିଛି ଫାଇଦା ପାଇଥିବା ବେଳେ ଏବେ ସେହି ତାଲିକାରେ ସାମିଲ ହୋଇଛନ୍ତି କୁନା ତ୍ରିପାଠୀ। ପୂର୍ବରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦଳରୁ ଟିକଟ ପାଇ ସାଂସଦ ହୋଇଥିଲେ। ସେହିପରି ମୁନ୍ନା ଖାଁ ମଧ୍ୟ ଦଳ ପକ୍ଷରୁ ନିଗମରେ ଅଧ୍ୟକ୍ଷ ପଦ ପାଇଥିଲେ। ସେହିପରି ଅନୁଭବ ମହାନ୍ତି ମଧ୍ୟ ବିଜେଡିରେ ମିଶିବା ପରେ ରାଜ୍ୟସଭାକୁ ଟିକଟ ପାଇଛନ୍ତି।

Related story