ଆଉ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ ସୃଷ୍ଟି ହେବ। ଏହାସହିତ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରକୁ ପୁର୍ନଗଠନ କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟା ୧୪୮୧ରୁ ୧୯୪୦କୁ ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି […]

veterinary doctor

Ordigital Desk
  • Published: Friday, 27 August 2021
  • , Updated: 27 August 2021, 09:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ ସୃଷ୍ଟି ହେବ। ଏହାସହିତ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡରକୁ ପୁର୍ନଗଠନ କରାଯାଇ କ୍ୟାଡ଼ର ପଦବୀ ସଂଖ୍ୟା ୧୪୮୧ରୁ ୧୯୪୦କୁ ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା କ୍ୟାଡ଼ରର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ୪୫୯ଟି ନୂଆ ଭେଟେନାରୀ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି। ଏହି ସେବାରେ ଚାକିରି ଆରମ୍ଭ କରୁଥିବା ଭେଟେନାରୀ ଡାକ୍ତରମାନେ ଏଣିକି ଗ୍ରୁପ-ବି ପରିବର୍ତ୍ତେ ଗ୍ରୁପ-ଏ ପାହ୍ୟାର ଅଧିକାରୀ ଭାବେ ପରିଗଣିତ ହେବେ। ଫଳରେ ପରବର୍ତ୍ତୀ ପଦୋନ୍ନତି ନିମିତ୍ତ ଉଦ୍ଦିଷ୍ଟ ପଦବୀଗୁଡ଼ିକର ପାହ୍ୟା ମଧ୍ୟ ବୃଦ୍ଧି ପାଇବ। ରାଜ୍ୟରେ କୃଷକମାନଙ୍କ ମଧ୍ୟରେ ପଶୁପାଳନ ଯୋଜନାକୁ ଅଧିକ ପ୍ରୋତ୍ସାହନ ସହ ରାଜ୍ୟରେ ପ୍ରାଣୀ ଚିକିିତ୍ସା ସେବା ପ୍ରଦାନକୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟ ଏହି ପଦକ୍ଷେପ ନେଇଛନ୍ତି।

ସେହିପରି ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କ ଅବସରକାଳୀନ ସୁବିଧା ନିୟମାବଳୀ-୧୯୮୧ରେ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି। ପ୍ରସ୍ତାବିତ ସଂଶୋଧନ ପରେ କଲେଜର ପ୍ରିନ୍ସିପାଲ ଏଣିକି ସମସ୍ତ କର୍ମଚାରୀଙ୍କୁ ପ୍ରୋଭିଜିନାଲ ପେନସନ୍ ଜାରି ସହ ଅବସରକାଳୀନ ସୁବିଧା ଆଦି ପ୍ରଦାନ କରିବା ପାଇଁ କ୍ଷମତାପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିପାରିବେ। ସେହିପରି ପ୍ରିନ୍ସିପାଲ ଅବସର ନେବାର ଥିଲେ ଏହି ସମସ୍ତ କାର୍ଯ୍ୟ ଆଂଚଳିକ ଶିକ୍ଷା ନିର୍ଦ୍ଦେଶକ କରିବେ ବୋଲି ସଂଶୋଧନରେ ଉଲ୍ଲେଖ ରହିଛି।

ଏହାବ୍ୟତୀତ କ୍ୟାବିନେଟରେ ଇସ୍ପାତ ଓ ଖଣି ବିଭାଗର ୪ଟି କ୍ୟାଡ଼ର ରୁଲ୍ ସଂଶୋଧନ, କାନପୁର ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡର, ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଆହୂତ ଆଦିକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

Related story