ପଶ୍ଚିମ ଓଡ଼ିଶା ଚିନ୍ତା: ସମଲେଶ୍ୱରୀ ମନ୍ଦିର ପାଇଁ ୨୦୦ କୋଟିର ପ୍ୟାକେଜ‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ୨୦୦କୋଟି ଟଙ୍କାକୁ ବୃଦ୍ଧି କରିବାର ୨୪ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ପାଇଁ ୨୦୦କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ବିଜେଡି ସରକାର ଏବେ ଆଖିଦୃଶିଆ ପ୍ୟାକେଜ୍ ଘୋଷଣା କରିବାରେ ଲାଗିଛି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ଏହି ଅର୍ଥ […]

Maa Samaleswari Temple

Ordigital Desk
  • Published: Wednesday, 17 February 2021
  • , Updated: 17 February 2021, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ୨୦୦କୋଟି ଟଙ୍କାକୁ ବୃଦ୍ଧି କରିବାର ୨୪ଘଣ୍ଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ପାଇଁ ୨୦୦କୋଟି ଟଙ୍କାର ‘ସମଲେଇ ଯୋଜନା’ ଘୋଷଣା କରିଛନ୍ତି। ପଂଚାୟତ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କକୁ ହାତେଇବା ପାଇଁ ବିଜେଡି ସରକାର ଏବେ ଆଖିଦୃଶିଆ ପ୍ୟାକେଜ୍ ଘୋଷଣା କରିବାରେ ଲାଗିଛି। ୨୦୨୧-୨୨ ଆର୍ଥିକ ବର୍ଷର ବଜେଟରେ ଏହି ଅର୍ଥ ବ୍ୟୟବରାଦ ହେବ ବୋଲି ଜଣାପଡ଼ିଛି।

ପୁରୀ ଶ୍ରୀଜଗନ୍ନାଥ ଓ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଅନ୍ୟତମ ଦେବୀପୀଠ ମା’ ସମଲେଶ୍ୱରୀ ମନ୍ଦିର ଅଂଚଳର ବିକାଶ ପାଇଁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଚିଠା ପ୍ରସ୍ତାବରେ ସମଲେଶ୍ୱରୀ ଟେମ୍ପୁଲ ଏରିଆ ମ୍ୟାନେଜମେଣ୍ଟ ଆଣ୍ଡ ଲୋକାଲ୍ ଇକୋନୋମି ଇନିସିଏଟିଭ(ସମଲେଇ) ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

ସମଲେଶ୍ୱରୀ ମନ୍ଦିରର ପୀଠ ତଥା ଆଖପାଖର ୧୦୮ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ହେବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ, ଏତିହ୍ୟ କରିଡ଼ର, ଯାତ୍ରୀ ସୁବିଧା, ସେବାୟତ ଓ ପରିବାର ପାଇଁ ବାସଗୃହ, ମନ୍ଦିର ଓ ମହାନଦୀକୁ ସଂଯୋଗ ରାସ୍ତା, ମହାନଦୀ ଆଳତୀ, ରିଙ୍ଗରୋଡ୍ ବିକାଶ, ନଦୀ କୂଳର ବିକାଶ, ହ୍ରଦ କୂଳର ବିକାଶ, ରେଳୱେ ରାସ୍ତାର ପ୍ରଶସ୍ତିକରଣ ଓ ଶଶ୍ମାନର ପୁନର୍ବିର୍ନ୍ୟାସ ଭଳି ୧୧ଟି କ୍ଷେତ୍ରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ନୂଆ ଯୋଜନା ଫଳରେ ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ଏକ ଥଇଥାନ ଓ ପୁନର୍ବାସ ପ୍ୟାକେଜ ପ୍ରସ୍ତୁତ କରାଯାଉଛି। ଏଥିରେ ଘରୋଇ ଜମିରେ ଘର, ସରକାରୀ ଜମିରେ ଥିବା ବସ୍ତି, ଅନ୍ୟ ବାସଗୃହ ଓ ଦୋକାନ ଘର, ସରକାରୀ ଜମିରେ ଉଠାଦୋକାନୀଙ୍କ ସୁବିଧା ପାଇଁ ଏହି ପ୍ୟାକେଜରେ ବ୍ୟବସ୍ଥା ରହିବ।

ସେହିପରି ସରକାରୀ ଜମିରେ ଥିବା କ୍ଲବ, ଧାର୍ମିକ ଅନୁଷ୍ଠାନ, ସରକାରୀ ଅଫିସ ଓ ପ୍ରତିଷ୍ଠାନଗୁଡ଼ିକ ନିମନ୍ତେ ମଧ୍ୟ ସହାୟତା ପ୍ରଦାନ କରାଯିବ। ଏହି ମାଷ୍ଟର ପ୍ଲାନ ସମ୍ପର୍କରେ ମାର୍ଚ୍ଚ ୧୫ତାରିଖ ସୁଦ୍ଧା ସାଧାରଣ ଲୋକେ ନିଜର ମତାମତ ଇ-ମେଲ୍ development.samalei@gmail.com ମାଧ୍ୟମରେ ଦେଇପାରିବେ।

ସମଲେଇ ପ୍ୟାକେଜ୍ ଘୋଷଣା ମାଧ୍ୟମରେ ଶାସକ ବିଜେଡି ଏବେ ପଶ୍ଚିମ ଓଡ଼ିଶାରେ ନିଜର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି। କଳାହାଣ୍ଡି, ସୁନ୍ଦରଗଡ଼ରେ ବିଶାଳ ମେଗା ଶୋ’ ସହ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ୍ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଦ୍ୱିଗୁଣ କରିବା ପରେ ଆଜି ସମଲେଇ ମନ୍ଦିର ପାଇଁ ୨୦୦କୋଟିର ପ୍ୟାକେଜ୍ ଦେଇ ଶାସକ ବିଜେଡି ପଂଚାୟତ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ ନିମନ୍ତେ ରଣନୀତି କରୁଥିବା ଚର୍ଚ୍ଚା ହେଉଛି ।

Related story