ଆସିକା(ମନୋଜ ମୁନୀ): ହାଇଟେକ୍ ହେଉଛି ସରକାରୀ ସ୍କୁଲ। ସ୍ମାର୍ଟ ହେଉଛି କ୍ଳାସ୍ ରୁମ୍। ଅଡିଓ ଭିଡିଓ ମୋଡ୍ରେ ପିଲାମାନେ ପାଠ ପଢ଼ିବେ। ଆଉ ଛାତ୍ରଛାତ୍ରୀଙ୍କ ମୁଣ୍ଡରୁ ହଟିବ ସରକାରୀ ଗାଉଁଲି ସ୍କୁଲର ଟ୍ୟାଗ। ଏପରି ସ୍ମାର୍ଟ କ୍ଲାସ୍ ରୁମ ତିଆରି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ। ଅଗଷ୍ଟ ୧୯ରୁ ୨୮ତାରିଖ ଭିତରେ ୫ ପର୍ଯ୍ୟାରେ ୫୦ ସ୍ମାର୍ଟ ସ୍କୁଲକୁ ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ପ୍ରସ୍ତୁତି ଜୋର୍ସୋରରେ ଚାଲିଛି।
ଶେରଗଡ଼ ବ୍ଲକ୍ ଅଲାରିଗଡ ପଞ୍ଚାୟତ ହାଇସ୍କୁଲରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୧୯୨ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସେଥିରୁ ୭୯ ଛାତ୍ରଛାତ୍ରୀ ୧୦ରେ ଅଧ୍ୟୟନ କରୁଛନ୍ତି। ଦିନେ ଏହି ସ୍କୁଲରେ ପାଚେରୀ ନଥିଲା। ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ପଦାରେ ଶୌଚ ଯାଉଥିଲେ। ଏବେ ସେହି ସ୍କୁଲର ହେଉଛି ନବକଳେବର। ବଦଳିବ ସ୍କୁଲର ରୂପରେଖ। ସ୍ମାର୍ଟ ହେଉଛି ଏହି ସ୍କୁଲ। ନିର୍ମାଣ ହେଉଛି ସ୍ମାର୍ଟ କ୍ଲାସ୍ ରୁମ୍(ଅଡିଓ ଭିଡିଓ), କମ୍ପ୍ୟୁଟ କ୍ଲାସ୍ ରୁମ୍, ପାଠାଗାର, ସାଇନ୍ସ ଲାବ୍, ଶୌଚାଳୟ, ପାର୍କ ଓ ଖେଳ ପଡ଼ିଆ। କଳାପଟା ଓ ଚକ୍ ଖଡ଼ିକୁ ବାଏ ବାଏ କରାଯାଇଛି। ଶିକ୍ଷକମାନେ ଧଳା ବୋର୍ଡ ଓ ମାର୍କରରେ ପିଲାମାନଙ୍କୁ ଅବୁଝା ଅଙ୍କ ବୁଝାଇବେ। ଅଡିଓ ଭିଡିଓ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ମନୋବଳ ବଢ଼ାଇବା ପାଇଁ ସ୍କୁଲ ଆଗରେ ତିଆରି କରାଯାଇଛି ସୁନ୍ଦର ପାର୍କ। ଏହି ସ୍ମାର୍ଟ ସ୍କୁଲରେ ପାଠ ପଢ଼ିଲେ ଓଡ଼ିଆ ପିଲାମାନେ ସ୍ମାର୍ଟ ହେବେ।
[caption id="attachment_666422" align="aligncenter" width="650"]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ରୁ ୨୮ତାରିଖ ଭିତରେ ୫ ପର୍ଯ୍ୟାରେ ୧୦ଟି ଲେଖାଏଁ କରି ୫୦ ସ୍ମାର୍ଟ ସ୍କୁଲକୁ ଭର୍ଚୁଆଲ୍ ମୋଡ୍ରେ ଲୋକାର୍ପିତ କରିବେ। ହିଂଜିଳି ବ୍ଲକରେ ୨୩ଟି ଓ ଶେରଗଡ଼ ବ୍ଲକରେ ୨୭ଟି ସ୍କୁଲ ରହିଛି। ସ୍କୁଲଗୁଡ଼ିକ ଲୋକାର୍ପିତ ହେବା ପରେ ପିଲାମାନେ ସ୍ମାର୍ଟ କ୍ଲାସ୍ରେ ବସି ପାଠ ପଢ଼ିବେ। ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପିଲାମାନେ ମଧ୍ୟ ସେ ସ୍ମରଣୀୟ ସମୟକୁ ଅପେକ୍ଷା କରିଛନ୍ତି। ସେଠାରେ ପିଲାମାନେ ପାଠ ପଢ଼ିବେ ଓ ସେମାନଙ୍କ ମୁଣ୍ଡରେ ଲାଗିଥିବା ଗାଉଁଲି ସ୍କୁଲର ଟ୍ୟାଗ୍ ହଟିବ।
ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ଦୟନୀୟ ସ୍ଥିତି। ପାଠ ପଢ଼ାଇବା ପାଇଁ ସ୍କୁଲରେ ନାହାନ୍ତି ଶିକ୍ଷକ। ଯେଉଁଥିପାଇଁ କେଉଁଠି ସାହିତ୍ୟ ଶିକ୍ଷକ ବିଜ୍ଞାନ ପଢ଼ାଉଛନ୍ତି ତ ଆଉ କେଉଁଠି ସଂସ୍କୃତ ଶିକ୍ଷକ ଅଙ୍କ କଷୁଛନ୍ତି। ଏପରି ଅଭିଯୋଗ ରାଜ୍ୟର କୋଣ ଅନୁକୋଣରୁ ଆସୁଛି। ଯାହାକୁ ନେଇ ଅନେକ ସମୟରେ ରାଜ୍ୟ ସରକାର ବିରୋଧୀଙ୍କ ସମାଲୋଚନାରେ ଶିକାର ହୋଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସରକାରୀ ସ୍କୁଲ ହାଇଟେକ୍ ବା ସ୍ମାର୍ଟ ହେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକ ଅଛନ୍ତି ତ? ନା ଚକାଚକ ବିଲ୍ଡିଂ କରି ସରକାର ଚୁପ୍ ବସିଯିବେ?