ପୂରଣ ହେବ ୧୧୪୫୦ ଶିକ୍ଷକ ପଦବୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି ସରକାର ୧୧୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ହୋଇନଥିବାବେଳେ ପ୍ରାୟ ୪୦ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି । ୩ଟି ପର୍ଯ୍ୟାୟରେ ଏହି ଶିକ୍ଷକ ପଦବୀ ପୂରଣ ହେବ। ଚଳିତମାସ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ […]

teacher in bbsr

Ordigital Desk
  • Published: Tuesday, 10 August 2021
  • , Updated: 10 August 2021, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗକୁ ପଂଚାୟତ ଓ ପୌର ନିର୍ବାଚନ ଥିବାବେଳେ ବିଜେଡି ସରକାର ୧୧୪୫୦ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ ପଦବୀ ପୂରଣ ହୋଇନଥିବାବେଳେ ପ୍ରାୟ ୪୦ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି । ୩ଟି ପର୍ଯ୍ୟାୟରେ ଏହି ଶିକ୍ଷକ ପଦବୀ ପୂରଣ ହେବ। ଚଳିତମାସ ୨୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୨୦୫୫ଟି ହିନ୍ଦି, ୧୩୦୪ଟି ସଂସ୍କୃତ ଓ ୧୨୬୦ଟି ପିଇଟି ଶିକ୍ଷକ ପଦବୀ ପୂରଣ କରାଯିବ। ଏହି ମୋଟ ୪୬୧୯ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ଚଳିତମାସ ୨୩ ତାରିଖରେ ବିଜ୍ଞାପନ ପ୍ରକାଶ ପାଇବ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୬୦୬୫ଟି ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ(ଟିଜିଟି) ଓ ତେଲଗୁ ଶିକ୍ଷକ ନିମନ୍ତେ ବିଜ୍ଞାପନ ବାହାରିବ। ତୃତୀୟ ପର୍ଯ୍ୟାୟରେ ୯୪୦ଟି ନୂତନ ଭାବେ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଓ ହିନ୍ଦି ଶିକ୍ଷକଙ୍କ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହି ଶିକ୍ଷକ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

Related story