ମାଟିରେ ମିଶିଲା କଟକର ସର୍ବ ପୁରାତନ ପାଠାଗାର

କଟକ (ଓଡ଼ିଶା ରିପୋର୍ଟର): ମାଟିରେ ମିଶିଲା କଟକର ସର୍ବପୁରାତନ ପାଠାଗାର ବିଶ୍ଵନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ। ଖାନନଗରରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବସ୍‌ ଷ୍ଟାଣ୍ଡ ପାଇଁ ପାଠାଗାର ମାଟିରେ ମିଶିଛି। ତେବେ ପାଠାଗାରର ପୁସ୍ତକ ଓ ଅନ୍ୟାନ୍ୟ ଆସବାବପତ୍ରକୁ ସିଡିଏରେ ଥିବା ଜୁଡିସିଆଲ୍‌ ଏକାଡେମୀ ପରିସରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ଚାଲିବ ଅସ୍ଥାୟୀ ପାଠାଗାର। ହେଲେ ସେଠାରେ ବସି ବହି ପଢ଼ିବାର ବ୍ୟବସ୍ଥା ନଥିବାରୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଟକ […]

biswanath pandit library

Manoranjan Sial
  • Published: Tuesday, 03 August 2021
  • , Updated: 03 August 2021, 05:38 PM IST

କଟକ (ଓଡ଼ିଶା ରିପୋର୍ଟର): ମାଟିରେ ମିଶିଲା କଟକର ସର୍ବପୁରାତନ ପାଠାଗାର ବିଶ୍ଵନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ। ଖାନନଗରରେ ନିର୍ମାଣ ହେଉଥିବା ଅତ୍ୟାଧୁନିକ ବସ୍‌ ଷ୍ଟାଣ୍ଡ ପାଇଁ ପାଠାଗାର ମାଟିରେ ମିଶିଛି। ତେବେ ପାଠାଗାରର ପୁସ୍ତକ ଓ ଅନ୍ୟାନ୍ୟ ଆସବାବପତ୍ରକୁ ସିଡିଏରେ ଥିବା ଜୁଡିସିଆଲ୍‌ ଏକାଡେମୀ ପରିସରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ଚାଲିବ ଅସ୍ଥାୟୀ ପାଠାଗାର। ହେଲେ ସେଠାରେ ବସି ବହି ପଢ଼ିବାର ବ୍ୟବସ୍ଥା ନଥିବାରୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କଟକ ଖାନନଗରରେ ନିର୍ମାଣ ହେଉଛି ନେତାଜୀ ବସ ଟର୍ମିନାଲ। ଏଥିପାଇଁ ୨୦ ଏକର ଜାଗା ଆବଶ୍ୟକ। ସେଥିପାଇଁ ସରକାର ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଉଛନ୍ତି। ଏଥିରେ ରହିଛି କଟକର ସର୍ବ ପୁରାତନ ପାଠାଗାର ବିଶ୍ଵନାଥ ପଣ୍ଡିତ ପାଠାଗାର। ଯାହା ଏବେ ମାଟିରେ ମିଶିଯାଇଛି। ବର୍ତ୍ତମାନ ପାଠାଗାର କୋଠାକୁ ଭାଙ୍ଗି ଦିଆଯାଇଛି। ପାଠାଗାରର ସମସ୍ତ ପୁସ୍ତକ ଓ ଆସବାବପତ୍ରକୁ ସିଡିଏରେ ଥିବା ଜୁଡିସିଆଲ୍‌ ଏକାଡେମୀ ପରିସରକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା ଏହି ପାଠାଗାରରେ ବସି ପଢିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ପିଇବା ପାଣି ସହ ଅନ୍ୟାନ ମୌଳିକ ସୁବିଧା ମଧ୍ୟ ନାହିଁ। ଯାହାକୁ ନେଇ ପାଠାଗାର ଉପରେ ନିର୍ଭର କରୁଥିବା ଶହଶହ ଲୋକ, ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଛଛି।

ସେପଟେ ପଟେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି ବର୍ତ୍ତମାନ ସ୍ଥିତିରେ ସେହିଠାରେ ଚାଲିବ ପାଠାଗାର। ତେବେ ଆଗାମୀ ଦିନରେ ଏହାକୁ ବାଦାମବାଡ଼ିଠାରେ ଥିବା ଅନୁଗୋଳ ବସ୍‌ ଷ୍ଟାଣ୍ଡର ଏକ ଏକର ଜାଗାକୁ ସ୍ଥାନାନ୍ତର ପାଇଁ ଯୋଜନା ରହିଛି। ସେଠାରେ ପାଠାଗାର କୋଠା ନିର୍ମାଣ କରାଯାଇ ସବୁ କିଛି ବ୍ୟବସ୍ଥିତ ଭାବେ ସ୍ଥାନାନ୍ତର କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ତେଣୁ ସେଠାରୁ ଅନୁମୋଦନ ହୋଇ ଆସିଲେ, କାମ ଆଗକୁ ଅଗେଇବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି।

Related story