ପଶ୍ଚିମ ଓଡ଼ିଶା ଗଲେ ୧୨ ଓଏଏସ୍‌ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ତ୍ରସ୍ତ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ OAS ଅଧିକାରୀ। ଏହି ଅଧିକାରୀମାନେ କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ନୂଆପଡ଼ା ପାଇଁ ଗଲେ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସ। ବଲାଙ୍ଗିର ଜିଲ୍ଲା ଗଲେ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର। ବରଗଡ଼ ଜିଲ୍ଲାକୁ ଗଲେ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର। ସମ୍ୱଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ […]

sambalpur

Manoranjan Sial
  • Published: Tuesday, 27 April 2021
  • , Updated: 27 April 2021, 05:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ତ୍ରସ୍ତ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ OAS ଅଧିକାରୀ। ଏହି ଅଧିକାରୀମାନେ କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ନୂଆପଡ଼ା ପାଇଁ ଗଲେ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସ। ବଲାଙ୍ଗିର ଜିଲ୍ଲା ଗଲେ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର। ବରଗଡ଼ ଜିଲ୍ଲାକୁ ଗଲେ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର। ସମ୍ୱଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ। ସୁନ୍ଦରଗଡ଼ ଜିଲ୍ଲାକୁ ଗଲେ ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକ। ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ଭୟଙ୍କର ରୂପ ଧାରଣ କଲାଣି। ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାରେ କରୋନା ବ୍ୟାପିବାରେ ଲାଗିଛି। ପ୍ରତିଦିନ ଶହଶହ ରୋଗୀ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ରାଜ୍ୟ ସରକାର। ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୀମାକୁ ସିଲ୍‌ କରାଯାଇଥିଲା। ସେପଟେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏଥି ସହ ପର୍ଯ୍ୟନ୍ତ ମେଡିସିନ୍‌ ଓ ଡାକ୍ତର ପଠାଯାଇଥିବା ଜଣାପଡ଼ିଛି।

Related story