ସବୁ ଅନୁଦାନପ୍ରାପ୍ତ ଜୁନିୟର କଲେଜର ପରିଚାଳନା କମିଟି ଭାଙ୍ଗିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ(ଜୁନିୟର କଲେଜ)ର ପରିଚାଳନା କମିଟି ଅବା ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ଧାରା ୭(୬)ରେ ଥିବା କ୍ଷମତା ଆଧାରରେ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଜୁନିୟର କଲେଜର ପରିଚାଳନା କମିଟିକୁ ତତ୍କାଳ ପ୍ରଭାବରୁ ଭାଙ୍ଗି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କୁ ପରିଚାଳନା କମିଟିର […]

college

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ(ଜୁନିୟର କଲେଜ)ର ପରିଚାଳନା କମିଟି ଅବା ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଓଡ଼ିଶା ଶିକ୍ଷା ଆଇନ-୧୯୬୯ର ଧାରା ୭(୬)ରେ ଥିବା କ୍ଷମତା ଆଧାରରେ ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଜୁନିୟର କଲେଜର ପରିଚାଳନା କମିଟିକୁ ତତ୍କାଳ ପ୍ରଭାବରୁ ଭାଙ୍ଗି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଜ୍ଞପ୍ତି ଅନୁସାରେ ଯେଉଁ ଜୁନିୟର କଲେଜ(ଉଚ୍ଚମାଧ୍ୟମିକ ସ୍କୁଲ) ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ ହୋଇଥିବ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତା’ର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲ୍ଲାପାଳ ରହିବେ। ଯଦି ଗୋଟିଏ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ତା’ହେଲେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ହିଁ ସେମାନଙ୍କ ମଧ୍ୟରୁ ଜଣଙ୍କୁ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିବେ। ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା ଜୁନିୟର କଲେଜଗୁଡ଼ିକର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଉପଜିଲ୍ଲାପାଳ ନିଯୁକ୍ତି ପାଇବେ। ତେବେ ଯେଉଁ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ପୂର୍ବରୁ ଉପଜିଳ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ କରୁଥିବେ ସେମାନେ ପୂର୍ବଭଳି କାର୍ଯ୍ୟ କରିବେ । ସମସ୍ତ ସରକାରୀ ଜୁନିୟର କଲେଜର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଏବେ କାର୍ଯ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ମଧ୍ୟ ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟିର ଅଧ୍ୟକ୍ଷ ପଦବୀରୁ ସ୍ଥାନୀୟ ବିଧାୟକଙ୍କ ପରିବର୍ତ୍ତେ ଅନ୍ୟ କୌଣସି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ନୀତିଗତ ନିଷ୍ପତ୍ତି ନେଇସାରିଛି।

Related story