ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ: କେନ୍ଦ୍ର ନୁହେଁ ରାଜ୍ୟ ଅବହେଳା ପାଇଁ ଖର୍ଚ୍ଚ ହୋଇପାରୁନି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଚାର ସର୍ବସ୍ୱ ପାଲଟିଛି ରାଜ୍ୟର ଶାସକ ବିଜୁ ଜନତା ଦଳର ନାରା ମା’କୁ ସମ୍ମାନ। ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିର୍ଭୟା ଫଣ୍ଡ ଜରିଆରେ ଟଙ୍କା ଦେଉଛନ୍ତି। ହେଲେ ନବୀନ ସରକାର ଏହି ଟଙ୍କାକୁ ଉପଯୋଗ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଏଠି କେନ୍ଦ୍ର ଅବହେଳା ନୁହେଁ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଟଙ୍କା ପଡ଼ି ରହିଥିଲେ ମଧ୍ୟ ଖର୍ଚ୍ଚ ହୋଇପାରିନି। ନିର୍ଭୟା ଫଣ୍ଡ ଜରିଆରେ […]

NAVEEN-PATNAIK

NAVEEN-PATNAIK

Subhransu Sekhar
  • Published: Friday, 06 December 2019
  • Updated: 06 December 2019, 03:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଚାର ସର୍ବସ୍ୱ ପାଲଟିଛି ରାଜ୍ୟର ଶାସକ ବିଜୁ ଜନତା ଦଳର ନାରା ମା’କୁ ସମ୍ମାନ। ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିର୍ଭୟା ଫଣ୍ଡ ଜରିଆରେ ଟଙ୍କା ଦେଉଛନ୍ତି। ହେଲେ ନବୀନ ସରକାର ଏହି ଟଙ୍କାକୁ ଉପଯୋଗ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଯେଉଁଥିରୁ ସ୍ପଷ୍ଟ ହୋଇଛି ଏଠି କେନ୍ଦ୍ର ଅବହେଳା ନୁହେଁ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଟଙ୍କା ପଡ଼ି ରହିଥିଲେ ମଧ୍ୟ ଖର୍ଚ୍ଚ ହୋଇପାରିନି।

ନିର୍ଭୟା ଫଣ୍ଡ ଜରିଆରେ କେନ୍ଦ୍ର ଦେଇଥିବା ଟଙ୍କାର ମାତ୍ର ୧୦ ପ୍ରତିଶତ ମହିଳା ସୁରକ୍ଷା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରି ବସି ପଡ଼ିଥିବା ଦେଖିବାକୁ ମିଳିଛି। ଖାଲି ଓଡ଼ିଶା ନୁହଁ ୧୧ଟି ରାଜ୍ୟ ନିର୍ଭୟା ଫଣ୍ଡ ଖର୍ଚ୍ଚ କରି ପାରିନଥିବା ଜଣାପଡ଼ିଛି। ଆଉ ଏହି ଫଣ୍ଡ ବ୍ୟବହାର କରିବାରେ ଓଡ଼ିଶା ତଳେ ରହିଛି।

ନିକଟରେ ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ଘଟିବା ପରେ ଓଡ଼ିଶା ସରକାର ରାଜ୍ୟର ମହିଳାଙ୍କ ସୁରକ୍ଷା ପ୍ରତି କେତେ ଯତ୍ନବାନ ତାହା ଏବେ ଆଲୋଚନା ଯୋଗ୍ୟ। ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଦୁଷ୍କର୍ମ ଘଟଣା ଘଟିବା ପରେ କେନ୍ଦ୍ର ସରକାର ନିର୍ଭୟା ଫଣ୍ଡ ଗଠନ କରିଥିଲେ।

ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ହେଲ୍ପ ଲାଇନ ନମ୍ୱର ଜାରି କରିଥିଲେ। ୧୮୧ ନମ୍ବର ଡାଏଲ କରି ମହିଳାମାନେ ସୁରକ୍ଷା ଲୋଡ଼ିପାରିବେ। ୨୦୧୭ରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ନମ୍ୱର ଜାରି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଏବେ ଏହି ଫୋନ୍ ସେବା କେତେ କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନବାଚୀ। କାରଣ ସରକାରଙ୍କ ଏହି ସେବାର ପ୍ରଚାର ଓ ସଚେତନତା ଅଭାବ କାରଣରୁ ୧୮୧ ନମ୍ୱର ସେବା ବାବଦରେ ଏବେ ଅନେକ ଭୁଲି ଯାଇଥିବା ଜଣାପଡ଼ିଛି।

ସେହିପରି ନାରୀ ସୁରକ୍ଷାକୁ ଟୁଇନ ସିଟିରେ କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ପିଙ୍କ ଅଟୋ, ସେଲଫ୍ ଡିଫେନ୍ସ ଟ୍ରେନିଂ, ‘ମୋ ସାଥୀ ଆପ ଏବେ ସହାୟତା ଆପରେ ପରିଣତ ହୋଇଛି। ହେଲେ ମହିଳାମାନେ ଏହି ସେବା ବାବଦରେ କେତେ ଅବଗତ ତାହା ଏବେ ପ୍ରଶ୍ନବାଚୀ। କାରଣ ଟୁଇନ ସିଟିରେ ଯେମିତି ଗୋଟିଏ ଅଟୋ କିମ୍ୱା ବସରେ ଉଭୟ ପୁରୁଷ ଓ ମହିଳା ଯାଉଥିଲେ ଏବେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଅନ୍ୟପଟେ କା ଭାଁ ଦେଖାଯାଉଥିବା ପିଙ୍କ ଅଟୋ ଫାଙ୍କା ଯାଉଥିବା ଦେଖିବାକୁ ମିଳିଛି। ଅନେକ ସମୟରେ ଜଣେ ମହିଳାକୁ ନେଇ ଅଟୋ ଗଲେ ଖର୍ଚ୍ଚ ଅଧିକ ହେବ କହି ଯାତ୍ରୀଙ୍କୁ ପିଙ୍କ ଅଟୋର ଚାଳକ ଓହ୍ଲାଇ ଦେଉଛନ୍ତି। ଏଭଳି ସ୍ଥିତିରେ ମହିଳାଙ୍କ ପାଇଁ ପିଙ୍କ ଅଟୋ ସେବା କେତେ ଉପଯୋଗୀ ତାହା ଏବେ ପ୍ରଶ୍ନବାଚୀ?

ସେହିପରି ୨୦୧୫ରେ ଦିଲ୍ଲୀ ପୁଲିସକୁ ଅନୁକରଣ କରି କମିଶନରେଟ ପୁଲିସ ମୋ ସାଥୀ ଆପ୍ ଆରମ୍ଭ କରିଥିଲା। ଏହି ଆପ୍ସ ଜରିଆରେ ଜଣେ ମହିଳା ନିଜ ଠିକଣା, ୩ ଜଣ ସମ୍ପର୍କୀୟଙ୍କ ମୋବାଇଲ ନମ୍ବର ଓ ଆବଶ୍ୟକ ପରିଚୟ ପତ୍ର ବାବଦରେ ସଂପୂର୍ଣ୍ଣ ତଥ୍ୟ ଦେଉଥିଲେ। ଫଳରେ କୌଣସି ଅଘଟଣ ହେବା ପୂର୍ବରୁ ମହିଳା ଜଣଙ୍କ ଯଦି ନିଜ ମୋବାଇଲ ଫୋନର ବଟନକୁ ୫ ଥର ଦବାଇବେ ତାହେଲେ ମୋବାଇଲରୁ ଅଟୋମେଟିକ୍‌ ୩୦ ସେକେଣ୍ଡର ଭିଡିଓ ଏବଂ ଅଡିଓ ରେକର୍ଡିଂ ହୋଇଯିବ। ଆଉ ଏହି ଭିଡିଓ ସିଧା ପୁଲିସ ପାଖକୁ ଯିବ। ପରବର୍ତ୍ତୀ ସମୟରେ କିନ୍ତୁ ଏହି ଆପ୍‌କୁ ‘ସହାୟତା’ ଆପ୍‌ ସହ ମିଶାଇ ଦିଆଯାଇଛି। ହେଲେ ଏ ବାବଦରେ ମହିଳାମାନେ କେତେ ଜାଣିଛନ୍ତି ତାହା ଏବେ ପ୍ରଶ୍ନବାଚୀ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଓଡ଼ିଶା ସରକାର ଗତ ୫ ବର୍ଷରେ ୪୩ କୋଟି ଟଙ୍କା ପାଇଛନ୍ତି। ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଏହି ଟଙ୍କା ଦେଇଛି କେନ୍ଦ୍ର। ଯେଉଁଥିରୁ ମାତ୍ର ୩.୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ନ୍ୟାୟ ବିଭାଗରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫.୪ କୋଟି ଟଙ୍କା ଦେଇଛନ୍ତି। ହେଲେ ରାଜ୍ୟ ସରକାର ଏହି ଟଙ୍କା ଖର୍ଚ୍ଚ କରି ନାହାନ୍ତି।

୨୨.୭ କୋଟି ଟଙ୍କା ‘ପୀଡ଼ିତାଙ୍କୁ ଆର୍ଥିକ ସହାୟତା’ ଦେବା ପାଇଁ କେନ୍ଦ୍ର ଦେଇଛି। ହେଲେ ଓଡ଼ିଶା ସରକାର ମାତ୍ର ୫୮ ଲକ୍ଷ ଟଙ୍କା ଉପଯୋଗ କରିଛନ୍ତି।

‘ଓ୍ୱାନ ଷ୍ଟପ ସେଣ୍ଟର’ ପାଇଁ ରାଜ୍ୟ ସରକାର ୧୦.୩୮ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ୫୪.୪୬ ଲକ୍ଷ ଟଙ୍କା ବ୍ୟବହାର କରିଛନ୍ତି।

ମହିଳାଙ୍କ ‘ସୁରକ୍ଷା’ ପାଇଁ ୧.୯୧ କୋଟି ଟଙ୍କା କେନ୍ଦ୍ର ଦେଇଥିବା ବେଳେ ରାଜ୍ୟ ସରକାର ଏହି କ୍ଷେତ୍ରରେ କିନ୍ତୁ ୧.୪ କୋଟି ଟଙ୍କା ଉପଯୋଗ କରିଛନ୍ତି।

ନିକଟରେ ବିଧାନସଭାରେ ରାଜ୍ୟରେ ଅପରାଧ ସଂଖ୍ୟା ବାବଦରେ ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଥିଲେ, ସେ କହିଥିଲେ ଚଳିତ ବର୍ଷ ଜାନୁଆରୀରୁ ଜୁନରେ ୧,୧୪୯ଟି ଦୁଷ୍କର୍ମ ଅଭିଯୋଗ ରହିଛି। ଯେଉଁଥିରୁ ୫୨ ପ୍ରତିଶତ ମାମଲା ନାବାଳିକାଙ୍କ ବିରୋଧରେ ରହିଛି।

ସେହିପରି ଏନସିଆରବିର ୨୦୧୭ର ଡାଟା ଅନୁଯାୟୀ ସାରା ଦେଶରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ତାଲିକାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆସାମ ରହିଛି। ଓଡ଼ିଶାରେ ମହିଳାଙ୍କ ବିରୋଧରେ ୨୦୧୭ରେ ଅପରାଧ ସଂଖ୍ୟା ୨୦, ୦୯୮ ରହିଥିବା ବେଳେ ୨୦୧୫ରେ ୧୭, ୨୦୦ ମାମଲା ଏବଂ ୨୦୧୬ରେ ୧୭, ୯୩୭ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story