ନକ୍ସଲ ଆକ୍ରମଣରେ କ୍ଷତିପୂରଣ ରାଶି ବୃଦ୍ଧି: ଶହୀଦଙ୍କ ପରିବାରକୁ ମିଳିବ ୪୦ ଲକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି । ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସୁରକ୍ଷାକର୍ମୀଙ୍କ ପରିବାରକୁ ୨୦ଲକ୍ଷ ପରିବର୍ତ୍ତେ ୪୦ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କା ସହାୟତା ମିଳିବ । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି […]

odisha govt

odisha govt

Ordigital Desk
  • Published: Friday, 07 October 2022
  • Updated: 07 October 2022, 10:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି । ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସୁରକ୍ଷାକର୍ମୀଙ୍କ ପରିବାରକୁ ୨୦ଲକ୍ଷ ପରିବର୍ତ୍ତେ ୪୦ଲକ୍ଷ ଟଙ୍କା ଓ ସାଧାରଣ ଲୋକଙ୍କ ପରିବାରକୁ ୨ଲକ୍ଷ ପରିବର୍ତ୍ତେ ୫ଲକ୍ଷ ଟଙ୍କା ସହାୟତା ମିଳିବ ।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ବୈଠକରେ ଆତଙ୍କବାଦୀ ନିରୋଧ ଅପରେସନ୍ ଜାରି ରଖିବା ପାଇଁ ୮୫.୮୫କୋଟି ଟଙ୍କା ବାର୍ଷିକ ୱାର୍କ ପ୍ଲାନକୁ ଅନୁମୋଦନ କରିଛନ୍ତି । ୨୦୨୧-୨୨ରେ ଏହି ବଜେଟ୍ ପରିମାଣର ୫୦.୫୬କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହାର ପରିମାଣ ୮୫.୮୫କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ୬୦ ପ୍ରତିଶତ ଓ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅର୍ଥରାଶି ରହିଛି । ବଜେଟ ପରିମାଣ ବୃଦ୍ଧି ସହ ନକ୍ସଲଙ୍କ ଆକ୍ରମଣରେ ପ୍ରାଣ ହରାଉଥିବା ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କ ପରିବାର ପାଇଁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶି ପରିମାଣକୁ ମଧ୍ୟ ବୃଦ୍ଧି କରାଯାଇଛି ।

ବୈଠକରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନକ୍ସଲମୁକାବିଲାରେ ନିୟୋଜିତ ସଶସ୍ତ୍ର ଯବାନମାନଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନତଧରଣର ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ ଆଦି ସହ ଆତ୍ମସର୍ମପଣ କରୁଥିବା ନକ୍ସଲଙ୍କୁ ଥଇଥାନ କରିବା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।
ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଏବେ ନିୟନ୍ତ୍ରଣାଧୀନ ରହିଛି । କୋରାପୁଟର ସ୍ୱାଭିମାନ ଅଂଚଳ ଏବେ ନକ୍ସଲଙ୍କ କବଜାରୁ ମୁକ୍ତ ହୋଇ ସେଠାରେ ବିକାଶମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ବୋଲି ବୈଠକରେ ସୂଚନା ଦିଆଯାଇଛି ।ଏହି ବୈଠକରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା, ଆଇଜି ଅପରେସନ୍ ଅମିତାଭ ଠାକୁର, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ପ୍ରମୁଖ ଯୋଗ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos