ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହେବ ‘ଆଦିବାସୀ ଉନ୍ନୟନ ପରିଷଦ’

ଭୁବନେଶ୍ୱର: ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହେବ ‘ଆଦିବାସୀ ଉନ୍ନୟନ ପରିଷଦ’। ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ଗଠନ ହେବ ଏହି ଡେଭପଲମେଣ୍ଟ କାଉନସିଲ। ଆଦିବାସୀଙ୍କ ସଂସ୍କୃତି, ଐତିହ୍ୟ ଓ ପ୍ରତ୍ୟେକ ଅନୁସୂଚିତ ଜନତାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାରେ ଏହି ପରିଷଦ ସହାୟକ ହେବ।  ଜିଲ୍ଲାର ମୁଖ୍ୟାଳୟରେ ରହିବ ଡେଭଲପମେଣ୍ଟ […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 01:59 PM IST

ଭୁବନେଶ୍ୱର: ସ୍ପେଶାଲ ଟ୍ରାଇବାଲ ଡେଭଲପମେଣ୍ଟ କାଉନସିଲ ଗଠନ ନେଇ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ୯ଟି ଜିଲ୍ଲାରେ ଗଠନ ହେବ ‘ଆଦିବାସୀ ଉନ୍ନୟନ ପରିଷଦ’। ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ଗଠନ ହେବ ଏହି ଡେଭପଲମେଣ୍ଟ କାଉନସିଲ।

ଆଦିବାସୀଙ୍କ ସଂସ୍କୃତି, ଐତିହ୍ୟ ଓ ପ୍ରତ୍ୟେକ ଅନୁସୂଚିତ ଜନତାତିର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବାରେ ଏହି ପରିଷଦ ସହାୟକ ହେବ।  ଜିଲ୍ଲାର ମୁଖ୍ୟାଳୟରେ ରହିବ ଡେଭଲପମେଣ୍ଟ କାଉନସିଲର କାର୍ଯ୍ୟାଳୟ। କାଉନସିଲର ଅଧ୍ୟକ୍ଷ ଜଣେ ଅନୁସୂଚିତ ଜନଜାତିର ହିଁ ରହିବେ। ନିଯୁକ୍ତ ଅଧ୍ୟକ୍ଷଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ମିଳିବ।

Related story