ଦିଲ୍ଲୀରେ ହକ୍ ମାଗିଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଦରବାରରେ ଓଡ଼ିଶାର ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବସିଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ମହାନଦୀ ଟ୍ରିବ୍ୟୁୟନାଲ ଗଠନ, ପୋଲାଭରମ କାମ ବନ୍ଦ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି ଦୋହରାଇଛନ୍ତି ନବୀନ। ତେବେ କଂଗ୍ରେସ ଏହାକୁ କୁମ୍ଭୀର କାନ୍ଦଣା କହିଥିବା ବେଳେ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କହିଛି। ଆଜି ନୂଆଦିଲ୍ଲୀରେ ବସିଥିଲା ଆନ୍ତଃରାଜ୍ୟ […]

odisha-govt-present-demand-in-delhi

Rakesh Mallick
  • Published: Saturday, 25 November 2017
  • , Updated: 25 November 2017, 09:01 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଦରବାରରେ ଓଡ଼ିଶାର ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ବସିଥିବା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକରେ ମହାନଦୀ ଟ୍ରିବ୍ୟୁୟନାଲ ଗଠନ, ପୋଲାଭରମ କାମ ବନ୍ଦ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଦାବି ଦୋହରାଇଛନ୍ତି ନବୀନ। ତେବେ କଂଗ୍ରେସ ଏହାକୁ କୁମ୍ଭୀର କାନ୍ଦଣା କହିଥିବା ବେଳେ ରାଜ୍ୟ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି କହିଛି।

ଆଜି ନୂଆଦିଲ୍ଲୀରେ ବସିଥିଲା ଆନ୍ତଃରାଜ୍ୟ ପରିଷଦର ଷ୍ଟାଣ୍ଡିଂ କମିଟି ବୈଠକ। ଏଥିରେ ଗୃହମନ୍ତ୍ରୀ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୩୦ରୁ ଅଧିକ ମନ୍ତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ଥିଲେ। ପ୍ରକଳ୍ପ ନିର୍ମାଣ ବନ୍ଦ ଓ ଜଳ ବିବାଦର ସମାଧାନ ଲାଗି ବିଳମ୍ବ ନକରି ଟ୍ରିବ୍ୟୁନାଲ୍ ଗଠନ କରାଯାଉ ବୋଲି ସେ ଦାବି କରିଥିଲେ। ସେହିପରି ଆନ୍ଧ୍ରପ୍ରଦେଶ ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପର କାମ ବନ୍ଦ ପାଇଁ ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବହୁ ଲୋକ ପ୍ରଭାବିତ ହେବେ ବୋଲି ନବୀନ କହିଥିଲେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୪୭୦ରୁ ୨୯୩୦ ଟଙ୍କା ବଢ଼ାଇବାକୁ ବୈଠକରେ ଦାବି ରଖିଥିଲେ।

ମହାନଦୀ ପ୍ରସଙ୍ଗରେ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଆଜି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। କେବଳ ବକ୍ତବ୍ୟରେ ସୀମିତ ନରହି ରାଜ୍ୟ ସ୍ୱାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଆଇନଗତ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ମହାନଦୀ ନେଇ ଟ୍ରିବ୍ୟୁନାଲ ଗଠନରେ ଯେତେ ବିଳମ୍ବ ହେବ, ଓଡ଼ିଶା ସେତେ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ମତ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ରାଜ୍ୟ ସରକାର ୨୦୦୬ କିମ୍ୱା ୨୦୧୧ ମସିହାରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରି ଥାଆନ୍ତେ, ତାହା ହେଲେ ଏପରି ସ୍ଥିତି ଉପୁଜି ନ ଥାଆନ୍ତା।”

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟର ଦାବିକୁ ବକ୍ତବ୍ୟରେ ସୀମିତ ରଖାନଯାଉ। ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଧି, ବ୍ୟବସ୍ଥା ଓ ଆଇନକୁ ପାଳନ କରି ବିବାଦର ସମାଧାନ କରାଯାଉ।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି-“ମହାନଦୀ ବିବାଦ ସମାଧାନ ଟ୍ରବ୍ୟୁନାଏ ଏକମାତ୍ର ମାର୍ଗ। ଟ୍ରିବ୍ୟୁନାଲ ବିଳମ୍ୱ ହେଲେ ଓଡ଼ିଶା କ୍ଷତିଗ୍ରସ୍ତ ହେବ।”

Related story