ରାଜ୍ୟ ସରକାରଙ୍କ ତଥ୍ୟରେ ନାହିଁ ତାଳମେଳ: ସେଠି ଗୋଟେ, ଏଠି ଗୋଟେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେତୋଟି ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି ? ଆଉ କେତୋଟି ଗାଁ ବାକି ଅଛି ଏହାକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନାହିଁ ତାଳମେଳ। କେନ୍ଦ୍ରକୁ ଗୋଟିଏ ତଥ୍ୟ ଦେଇଥିବା ବେଳେ ରାଜ୍ୟରେ ଉପସ୍ଥାପନ କରିଛନ୍ତି ଆଉ ଏକ ତଥ୍ୟ। ଏଥିରୁ କେଉଁଟି ଠିକ କେଉଁଟି ଭୁଲ, ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ସେପଟେ ଆସନ୍ତା ଅକ୍ଟୋବର ୨ ସୁଦ୍ଧା ସବୁ ଗାଁକୁ ବିଜୁଳି ସଂଯୋଗ କରିବା ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ […]

electricgrid (1)

Rakesh Mallick
  • Published: Friday, 12 January 2018
  • , Updated: 12 January 2018, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେତୋଟି ଗାଁରେ ବିଦ୍ୟୁତ ସଂଯୋଗ ହୋଇଛି ? ଆଉ କେତୋଟି ଗାଁ ବାକି ଅଛି ଏହାକୁ ନେଇ ରାଜ୍ୟ ସରକାରଙ୍କ ତଥ୍ୟରେ ରହୁନାହିଁ ତାଳମେଳ। କେନ୍ଦ୍ରକୁ ଗୋଟିଏ ତଥ୍ୟ ଦେଇଥିବା ବେଳେ ରାଜ୍ୟରେ ଉପସ୍ଥାପନ କରିଛନ୍ତି ଆଉ ଏକ ତଥ୍ୟ। ଏଥିରୁ କେଉଁଟି ଠିକ କେଉଁଟି ଭୁଲ, ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ସେପଟେ ଆସନ୍ତା ଅକ୍ଟୋବର ୨ ସୁଦ୍ଧା ସବୁ ଗାଁକୁ ବିଜୁଳି ସଂଯୋଗ କରିବା ନେଇ ରାଜ୍ୟ ସରକାରଙ୍କ ଟାର୍ଗେଟ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜ୍ୟରେ ବିଦ୍ୟୁତ କରଣକୁ ନେଇ ସରକାର ଦେଇଥିବା ତଥ୍ୟରେ ତାଳମେଳ ମଧ୍ୟ ନାହିଁ। ଗତ ୪ ତାରିଖରେ ଲୋକସଭାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ. ସିଂହ। କହିଥିଲେ- ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ବିଜୁଳି ନଥିବା ୩ ହଜାର ୪୭୪ ଗାଁ ମଧ୍ୟରୁ ଗତବର୍ଷ ଡିସେମ୍ବର ସୁଦ୍ଧା୨ ହଜାର ୮୫୮ ଗାଁରେ ବିଦ୍ୟୁତ ସଂଯୋଗ ହୋଇ ସାରିଛି। ଅର୍ଥାତ ଆଉ ୬୧୬ଟି ଗାଁକୁ ବିଦ୍ୟୁତ ଯିବାକୁ ବାକି ଅଛି। ଏପଟେ କିନ୍ତୁ ଗତ ୯ ତାରିଖରେ ରାଜ୍ୟ ସରକାର କରିଥିବା ସମୀକ୍ଷା ବୈଠକର ତଥ୍ୟ ରଖିଥିଲେ ଯେ, ରାଜ୍ୟର ୪୭ ହଜାର ୬୭୭ଟି ଗାଁ ମଧ୍ୟରୁ ୪୭  ୬୫୫ଟି ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଅର୍ଥାତ୍ ଆଉ ମାତ୍ର ୨୨ଟି ଗାଁକୁ ବିଜୁଳି ସଂଯୋଗ ବାକି ଅଛି। ଏପଟେ ଶକ୍ତି ମନ୍ତ୍ରୀ କହୁଛନ୍ତି ୨୮ ଟି ଗାଁକୁ ବିଦ୍ୟୁତ ସଂଯୋଗ ବାକି ଅଛି। ଏବେ ପ୍ରଶ୍ନ କେଉଁ ତଥ୍ୟ ଠିକ୍?

ରାଜ୍ୟ ସରକାରଙ୍କ ତଥ୍ୟରେ ତାଳମେଳ ନଥିବା ବେଳେ ଆସନ୍ତା ଗାନ୍ଧି ଜୟନ୍ତୀ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ ଟାର୍ଗେଟ କେମିତି ହାସଲ କରିବେ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related story