ନବ ବିବାହିତଙ୍କୁ ମିଳିବ ଉପହାର: ପ୍ୟାକେଟ୍‌ରେ ରହିବ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପଟିକ ପିଲ୍‌, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ଏଣିକି ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର। ନବ ବିବାହିତଙ୍କୁ ରାଜ୍ୟ ସରକାର ଏଭଳି ଏକ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏଭଳି ସ୍ୱତନ୍ତ୍ର ଉପହାର ଦିଆଯିବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଏହି ଯୋଜନାକୁ ଆରମ୍ଭ କରିବାକୁ ଯାଉଛି ଓଡ଼ିଶା। ନବ ବିବାହିତଙ୍କୁ ରାଜ୍ୟ ସରକାରଙ୍କ ନ୍ୟାସନାଲ୍‌ ରୁରାଲ୍‌ ହେଲଥ୍‌ ମିଶନ୍‌ (NRHM) ନିର୍ଦ୍ଦେଶିକା ଗିଫ୍ଟ ପ୍ୟାକେଟ। ଗିଫ୍ଟ […]

Newly-Married

  • Published: Friday, 12 August 2022
  • , Updated: 12 August 2022, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ଏଣିକି ମାଗଣାରେ କଣ୍ଡୋମ ବାଣ୍ଟିବେ ସରକାର। ନବ ବିବାହିତଙ୍କୁ ରାଜ୍ୟ ସରକାର ଏଭଳି ଏକ ଉପହାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିବାର ନିୟୋଜନ ପାଇଁ ଏଭଳି ସ୍ୱତନ୍ତ୍ର ଉପହାର ଦିଆଯିବ। ଦେଶରେ ପ୍ରଥମ ରାଜ୍ୟ ଭାବେ ଏହି ଯୋଜନାକୁ ଆରମ୍ଭ କରିବାକୁ ଯାଉଛି ଓଡ଼ିଶା।

ନବ ବିବାହିତଙ୍କୁ ରାଜ୍ୟ ସରକାରଙ୍କ ନ୍ୟାସନାଲ୍‌ ରୁରାଲ୍‌ ହେଲଥ୍‌ ମିଶନ୍‌ (NRHM) ନିର୍ଦ୍ଦେଶିକା ଗିଫ୍ଟ ପ୍ୟାକେଟ। ଗିଫ୍ଟ ପ୍ୟାକେଟ୍‌ରେ କଣ୍ଡୋମ୍‌, ଓରାଲ୍‌ କଣ୍ଟ୍ରାସେପଟିକ ପିଲ୍‌, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌ ସହ ପରିବାର ନିୟୋଜନ ସମ୍ପର୍କରେ ସୂଚନା ଥିବା ପୁସ୍ତକ ରହିବ। ତା’ସହ ବିବାହ ପଞ୍ଜୀକରଣ ଫର୍ମ, ଟାୱେଲ, ଆଇନା, ପାନିଆ ଭଳି ଜିନିଷ ମଧ୍ୟ ରହିବ। ଆସନ୍ତା ସେପ୍ଟେମ୍ବରରୁ ଏହି ଯୋଜନା ଲାଗୁ ହେବ। ତେବେ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ ସରିଛି। ଜିଲ୍ଲା ଓ ବ୍ଲକ ସ୍ତରରେ ଏହା ବାଣ୍ଟିବାକୁ ନିଷ୍ପତ୍ତି ହୋଇଛି ବୋଲି NRHM ଦର୍ଶାଇଛି।

Related story