ମିତ୍ରଭାନୁଙ୍କୁ ନୂଆ ଉପହାର ଦେଲେ ସରକାର, ବଦଳିଲା ଗାଁର ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୀତର ନାମ ରଙ୍ଗବତୀ। ଆଉ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ।  ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ  ହେଉଛି ବିଲୁଙ୍ଗ । ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି । ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି । ଓଡ଼ିଶାରେ ଘରେ ଘରେ ଆଦୃତିଲାଭ କରିଥିବା ଏହି ଗୀତ ଜାତୀୟ ଓ […]

890

Tapas Behera
  • Published: Wednesday, 22 July 2020
  • , Updated: 22 July 2020, 05:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୀତର ନାମ ରଙ୍ଗବତୀ। ଆଉ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ।  ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ  ହେଉଛି ବିଲୁଙ୍ଗ । ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି । ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି ।

ଓଡ଼ିଶାରେ ଘରେ ଘରେ ଆଦୃତିଲାଭ କରିଥିବା ଏହି ଗୀତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଲୋକପ୍ରିୟ ହୋଇପାରିଛି। ଏହି କଳାତ୍ମକ ଗୀତ ପାଇଁ ଗାୟକ ଜିତେନ୍ଦ୍ର ହରିପାଲ ଓ ଗୀତିକାର ମିତ୍ରଭାନୁ ଗୌନ୍ତିଆ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ‘ସୁରମାଳିକା’ କାର୍ଯ୍ୟକ୍ରମ ପାଇଁ ଏହି ଗୀତକୁ ପ୍ରଥମେ ରେକର୍ଡିଂ କରାଯାଇଥିଲା। ପରେ କୋଲକତାର ଇଣ୍ଡିଆନ ରେକର୍ଡ କମ୍ପାନି ୧୯୭୮-୭୯ ଏହି ଗୀତର ରେକର୍ଡ଼ ଦାୟିତ୍ୱ ନେଇଥିଲା।

Related story