ସବୁ ଜିଲ୍ଲାରେ ହେବ ଫିଜିଓଥେରାପି ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ସୁବିଧା ସହ ଫିଜିଓଥେରାପି ସେଂଟର କାର୍ଯ୍ୟକ୍ଷମ କରାଯିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୩୦ଲକ୍ଷରୁ […]

physiotherapy-centre

physiotherapy-centre

Ordigital Desk
  • Published: Saturday, 01 October 2022
  • Updated: 01 October 2022, 10:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ସୁବିଧା ସହ ଫିଜିଓଥେରାପି ସେଂଟର କାର୍ଯ୍ୟକ୍ଷମ କରାଯିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

ଆଜି ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ୩୦ଲକ୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ରହିଛନ୍ତି । ବରିଷ୍ଠ ନାଗରିକଙ୍କ ସେବାଯତ୍ନ ନିମନ୍ତେ ଅଧିକ ତାଲିମପ୍ରାପ୍ତ ମାନବସମ୍ବଳ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଦିଆଯାଇ ଖୁବଶୀଘ୍ର ସେବାକାରୀଙ୍କ ପାଇଁ ଏକ ତାଲିମ ପ୍ରତିଷ୍ଠାନ ଆରମ୍ଭ ହେବ । ଫାଇଭ-ଟି ଅନ୍ତର୍ଗତ ବୟସ୍କ ନାଗରିକମାନଙ୍କ ସମସ୍ୟାଗୁଡ଼ିକର ପଞ୍ଜିକରଣ ଓ ସମାଧାନ ପାଇଁ ଅନଲାଇନ୍ ସୁବିଧା ଉପଲବ୍ଧ ହୋଇଛି । ରାଜ୍ୟ ସରକାର ପ୍ରତି ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କେନ୍ଦ୍ରଗୁଡ଼ିକରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶେଷ ସୁବିଧାସୁଯୋଗର ବ୍ୟବସ୍ଥା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଏ ସଂକ୍ରାନ୍ତ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ଜଟଣୀ ଓ ସମ୍ବଲପୁର କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ବରିଷ୍ଠ ଅଧିକାରୀମାନଙ୍କ ସମେତ ବରିଷ୍ଠ ନାଗରିକଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos