ମାର୍ଚ୍ଚ ୫ରୁ ସବୁ ବିଭାଗରେ ‘ମୋ ସରକାର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀରୁ ରାଜ୍ୟର ସବୁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବ। ‘ମୋ ସରକାର’ର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଚଳିତବର୍ଷ ଡିସେମ୍ବର ପହିଲାରୁ ୫ଟି ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବ। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସବୁ ବିଭାଗରେ ଏହି କାର୍ଯ୍ୟକ୍ରମ ଲାଗୁ ହେବ ବୋଲି ସେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ୟବସ୍ଥାକୁ ସୁଦୃଢ଼ […]

mo-sarkar-750x430

Manoranjan Sial
  • Published: Wednesday, 16 October 2019
  • , Updated: 16 October 2019, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ମାର୍ଚ୍ଚ ୫ତାରିଖ ବିଜୁ ପଟ୍ଟନାୟକ ଜୟନ୍ତୀରୁ ରାଜ୍ୟର ସବୁ ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବ। ‘ମୋ ସରକାର’ର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଚଳିତବର୍ଷ ଡିସେମ୍ବର ପହିଲାରୁ ୫ଟି ବିଭାଗରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବ। ୨୦୨୦ ମାର୍ଚ୍ଚ ୫ତାରିଖ ସୁଦ୍ଧା ସବୁ ବିଭାଗରେ ଏହି କାର୍ଯ୍ୟକ୍ରମ ଲାଗୁ ହେବ ବୋଲି ସେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ‘ମୋ ସରକାର’ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଲୋକଙ୍କ ସହ କଥା ହେବାବେଳେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅନ୍ୟ ବିଭାଗକୁ ସମ୍ପ୍ରସାରଣ କରିବାକୁ ଅଧିକାଂଶ ଲୋକ ମତ ରଖିଥିଲେ।

Related story