୧୨୬୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ କଲାଣି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ଦିନ ଧରି ବିିଭିନ୍ନ ରାଜ୍ୟକୁ ମୋଟ ୧୨୬୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ହୋଇଛି ବୋଲି ଅତିରିକ୍ତ ଡିଜି ଯଶବନ୍ତ ଜେଠୱା କହିଛନ୍ତି। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଡିଜି ଶ୍ରୀ ଜେଠୱା କହିଛନ୍ତି ଯେ, ୭ଟି ରାଜ୍ୟକୁ ଓଡ଼ିଶା ଅକ୍ସିଜେନ୍ ପଠାଇଛି। ପୁଲିସ ସୁରକ୍ଷା ବଳୟରେ ଏସବୁ ଅକ୍ସିଜେନ୍ ଯୋଗାଣ ହେଉଛି । ବିଭିନ୍ନ ରାଜ୍ୟକୁ ସୁରକ୍ଷିତ ଭାବେ ଅକ୍ସିଜେନ୍ ପଠାଯାଇଛି। ଆନ୍ଧ୍ରପ୍ରଦେଶକୁ ୨୨ଟି ଟ୍ୟାଙ୍କର, ତେଲେଙ୍ଗାନାକୁ ୧୭ଟି ଟ୍ୟାଙ୍କର, […]

Yashwant Jethwa

Ordigital Desk
  • Published: Monday, 26 April 2021
  • , Updated: 26 April 2021, 10:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୪ଦିନ ଧରି ବିିଭିନ୍ନ ରାଜ୍ୟକୁ ମୋଟ ୧୨୬୮ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ ହୋଇଛି ବୋଲି ଅତିରିକ୍ତ ଡିଜି ଯଶବନ୍ତ ଜେଠୱା କହିଛନ୍ତି।

ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଏଡିଜି ଶ୍ରୀ ଜେଠୱା କହିଛନ୍ତି ଯେ, ୭ଟି ରାଜ୍ୟକୁ ଓଡ଼ିଶା ଅକ୍ସିଜେନ୍ ପଠାଇଛି। ପୁଲିସ ସୁରକ୍ଷା ବଳୟରେ ଏସବୁ ଅକ୍ସିଜେନ୍ ଯୋଗାଣ ହେଉଛି । ବିଭିନ୍ନ ରାଜ୍ୟକୁ ସୁରକ୍ଷିତ ଭାବେ ଅକ୍ସିଜେନ୍ ପଠାଯାଇଛି। ଆନ୍ଧ୍ରପ୍ରଦେଶକୁ ୨୨ଟି ଟ୍ୟାଙ୍କର, ତେଲେଙ୍ଗାନାକୁ ୧୭ଟି ଟ୍ୟାଙ୍କର, ମହାରାଷ୍ଟ୍ରକୁ ୫ ଟ୍ୟାଙ୍କର, ହରିଆଣାକୁ ୮ଟି ଟ୍ୟାଙ୍କର, ଛତିଶଗଡ଼କୁ ୨ ଟ୍ୟାଙ୍କର ଅକ୍ସିଜେନ୍ ଯୋଗାଣ ହୋଇଛି। ଔଷଧ କଳାବଜାରୀ ଉପରେ ନଜର ରଖାଯାଇଛି। ଆଜି ୨୦ ଷ୍ଟକିଷ୍ଟଙ୍କୁ ନୋଟିସ୍ କରାଯାଇଛି। ରାଜ୍ୟ ବାହାରକୁ ଔଷଧ ନପଠାଇବାକୁ ତାଗିଦ୍ କରାଯାଇଛି। ଅନିୟମିତତା ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ଓଡ଼ିଶାରେ କଳାବଜାରୀ ନେଇ ଖବର ନାହିଁ ବୋଲି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି।

Related story