ବଦଳିଲା ସମୟ, କେତେ ପର୍ଯ୍ୟନ୍ତ ସ୍କୁଲ ଚାଲିବ ପଢ଼ନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଲା ସକାଳୁଆ ସ୍କୁଲ ସମୟ। ବଦଳିଲା ପୂର୍ବ ନିର୍ଦ୍ଧାରିତ ସକାଳୁଆ ସ୍କୁଲ ସମୟ। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମହାମାରୀ କରୋନା […]

school

Manoranjan Sial
  • Published: Tuesday, 02 March 2021
  • , Updated: 02 March 2021, 06:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କମିଲା ସକାଳୁଆ ସ୍କୁଲ ସମୟ। ବଦଳିଲା ପୂର୍ବ ନିର୍ଦ୍ଧାରିତ ସକାଳୁଆ ସ୍କୁଲ ସମୟ। ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସେହିପରି ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ପୂର୍ବରୁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସ୍କୁଲ ନିଷ୍ପତ୍ତି ହୋଇଥିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ଶିକ୍ଷାନୁଷ୍ଠାନ ବର୍ଷେରୁ ଅଧିକ ସମୟ ଧରି ବନ୍ଦ ରହିଥିଲା। କରୋନାର କୋପ କମିବା ପରେ ସ୍କୁଲ ଖୋଲିଥିଲା। ହେଲେ ତାଉ ଦେଖାଇଥିଲା ତାତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ରାଜ୍ୟ ସରକାର। ଗ୍ରୀଷ୍ମପ୍ରବାହକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ସ୍କୁଲ ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲ ଚାଲିବାକୁ ନିଷ୍ପତ୍ତି ହୋଇଥିଲା। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀରଆ ପାଠପଢା ହେବ। ଯାହାକୁ ନେଇ ଅଭିଭାବକ ଓ ଓଷ୍ଟା ଆପତ୍ତି ଉଠାଇଥିଲା। ଗ୍ରୀଷ୍ମ ପ୍ରବାହ ପାଇଁ ଯଦି ସକାଳୁଆ ସ୍କୁଲ କରାଯାଉଛି, ତାହାହେଲେ ଗୋଟାଏ ପରେ ସ୍କୁଲ ଖୋଲିଲେ ପିଲାମାନେ କେମିତି ଘରକୁ ଫେରିବେ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଥିଲା। ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି।

Related story