ରେଳ ପ୍ରକଳ୍ପ ପାଇଁ ୭୨୦୦ କୋଟି ଟଙ୍କା ଦାବି କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପର ବିକାଶ ନିମନ୍ତେ ସର୍ବନିମ୍ନ ୭୨୦୦କୋଟି ଟଙ୍କା ବ୍ୟବସ୍ଥା କରିବା ନିମନ୍ତେ ଓଡ଼ିଶା ଦାବି କରିଛି। ଏହାସହିତ ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା, ପାଇପ୍ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସହ, କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ସମ୍ପର୍କରେ ଆଗୁଆ ତଥ୍ୟ ପ୍ରଦାନ ଏବଂ ରାଜ୍ୟସ୍ୱାର୍ଥ ଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ […]

railway

Manoranjan Sial
  • Published: Monday, 18 January 2021
  • , Updated: 18 January 2021, 08:58 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରେ ଓଡ଼ିଶାର ରେଳ ପ୍ରକଳ୍ପର ବିକାଶ ନିମନ୍ତେ ସର୍ବନିମ୍ନ ୭୨୦୦କୋଟି ଟଙ୍କା ବ୍ୟବସ୍ଥା କରିବା ନିମନ୍ତେ ଓଡ଼ିଶା ଦାବି କରିଛି। ଏହାସହିତ ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା, ପାଇପ୍ ପାନୀୟ ଜଳଯୋଗାଣ ବ୍ୟବସ୍ଥା ସହ, କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ବ୍ୟୟବରାଦ ହେଉଥିବା ଅର୍ଥ ସମ୍ପର୍କରେ ଆଗୁଆ ତଥ୍ୟ ପ୍ରଦାନ ଏବଂ ରାଜ୍ୟସ୍ୱାର୍ଥ ଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ନିମନ୍ତେ ଦାବି କରିଛି।

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଅର୍ଥମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସାମିଲ ହୋଇ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓଡ଼ିଶାର ପ୍ରମୁଖ ଦାବିକୁ ଉପସ୍ଥାପନ କରିଛନ୍ତି। ସେଥିରେ ୨୦୨୧-୨୨ ଆର୍ôଥକ ବର୍ଷରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂଆ ଭାବେ କରାଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମରେ ୭୨୦୦କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହାସହିତ ସେଣ୍ଟ୍ରାଲ ସେଲସ୍ ଟ୍ୟାକ୍ସ ଆକ୍ଟ-୧୯୫୬ର ଧାରା ୮ର ଉପଧାରା-୩ରେ ସଂଶୋଧନ କରି ଫର୍ମ-ସିର ଅପବ୍ୟବହାର କରାଯାଇ ହାଇସ୍ପିଡ୍ ଡିଜେଲର ଆନ୍ତରାଜ୍ୟ କ୍ରୟକୁ ରୋକିବା, ଓଡ଼ିଶାର ସମସ୍ତ ପଂଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ଅନଗ୍ରସର ଅଂଚଳରେ ଇଣ୍ଟରନେଟ୍ ବ୍ୟବସ୍ଥା ପାଇଁ ୨୦୨୧-୨୨ରେ ୫୬୫୦କୋଟି ଟଙ୍କା ବ୍ୟବସ୍ଥା, ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ବଜେଟରେ ବ୍ୟବସ୍ଥା ନିମନ୍ତେ ଓଡ଼ିଶା ଦାବି କରିଛି।

ଶକ୍ତି କ୍ଷେତ୍ରରେ ଟାରିଫ ପଲିସିରେ ଆବଶ୍ୟକ ସଂଶୋଧନପୂର୍ବକ ଅତି ପୁରୁଣା ପାୱାର ପର୍ଚେଜ୍ ଏଗ୍ରିମେଣ୍ଟଗୁଡ଼ିକ ବନ୍ଦ କରିବା, ଇଲେକ୍ଟିସିଟି ଆକ୍ଟ-୨୦୦୩ରେ ଆବଶ୍ୟକ ସଂଶୋଧନ କରି ସମସ୍ତ ଜଳବିଦ୍ୟୁତ ପ୍ରକଳ୍ପଗୁଡ଼ିକୁ ରିନ୍ୟୁଏବଲ ପାୱାର ଓବ୍ଲିଗେସନ୍ ପାଇଁ ଅନ୍ତର୍ଭୁକ୍ତ କରିବା, ବଳକା ଶକ୍ତିକୁ ବିକ୍ରି କରିବା ପାଇଁ ଏସଇସିଆଇ ଦ୍ୱାରା କରାଯାଉଥିବା ଟେଣ୍ଡର ପ୍ରକ୍ରିୟାରେ ଡିସକମ୍ କମ୍ପାନୀଗୁଡ଼ିକୁ ଭାଗ ନେବାକୁ ଅନୁମତି ଦେବା, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ବାବଦରେ ରାଜ୍ୟକୁ ଯୋଜନାୱାରି ମିଳିବାକୁ ଥିବା ଅର୍ଥର ଆଗୁଆ ତଥ୍ୟ ପ୍ରଦାନ, ସମସ୍ତ ବାହ୍ୟ ସାହାଯ୍ୟପ୍ରାପ୍ତ ପ୍ରକଳ୍ପଗୁଡ଼ିକ ବାବଦକୁ ମିଳୁଥିବା ଋଣକୁ ଭାରତୀୟ ମୁଦ୍ରା ଆକାରରେ ପ୍ରଦାନ, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାବାବଦକୁ ସମସ୍ତ ଅର୍ଥ ରାଜ୍ୟ ବଜେଟ ଜରିଆରେ ପ୍ରଦାନ କରାଯିବା ତଥା ସିଧାସଳଖ ରାଜ୍ୟ ଟ୍ରେଜେରୀରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ ନିମନ୍ତେ ଶ୍ରୀ ପୂଜାରୀ ଦାବି କରିଛି।

ଏହି ସମସ୍ତ ପ୍ରସଙ୍ଗ ବ୍ୟତୀତ ରାଜ୍ୟ ସ୍ୱାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବା ନିମନ୍ତେ ଓଡ଼ିଶା ଦାବି କରିଛି।

Related story