ପୁଣି ଖଗେଶ୍ୱରଙ୍କୁ ଘନଘନ ଜେରା କରିବ ଇଡି, କାଲିଠୁ ପ୍ରଭାବଶାଳୀଙ୍କ ପାଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଖଗେଶ୍ୱରଙ୍କୁ ଘନଘନ ଜେରା କରିବ ଇଡି। କାରଣ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ତାଙ୍କ ବିଜନେସ୍ ପାର୍ଟନର୍ ଖଗେଶ୍ୱରକୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡ଼ି। ପୂର୍ବରୁ ତାଙ୍କୁ ଗିରଫ କରିବା ସହ ଇଡ଼ି ୧୦ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ଏହି ଅବଧି ସରିବା ପରେ ଖଗେଶ୍ୱରକୁ ଆଜି କୋର୍ଟରେ ହାଜର କରି ପୁଣି ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଇଡ଼ି। କିନ୍ତୁ ଏଡିଜେ କୋର୍ଟ ୩ […]

ed

  • Published: Monday, 21 November 2022
  • , Updated: 21 November 2022, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଖଗେଶ୍ୱରଙ୍କୁ ଘନଘନ ଜେରା କରିବ ଇଡି। କାରଣ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ତାଙ୍କ ବିଜନେସ୍ ପାର୍ଟନର୍ ଖଗେଶ୍ୱରକୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡ଼ି। ପୂର୍ବରୁ ତାଙ୍କୁ ଗିରଫ କରିବା ସହ ଇଡ଼ି ୧୦ ଦିନିଆ ରିମାଣ୍ଡରେ ନେଇଥିଲା ଇଡି। ଏହି ଅବଧି ସରିବା ପରେ ଖଗେଶ୍ୱରକୁ ଆଜି କୋର୍ଟରେ ହାଜର କରି ପୁଣି ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଇଡ଼ି। କିନ୍ତୁ ଏଡିଜେ କୋର୍ଟ ୩ ଦିନ ପାଇଁ ରିମାଣ୍ଡ ଅନୁମତି ଦେଇଛନ୍ତି। ଏହି ରିମାଣ୍ଡ ଅବଧି ଭିତରେ ଜେଲ୍‌ରେ ଥିବା ନାଗ-ଚାନ୍ଦ ଦମ୍ପତିଙ୍କୁ ବି ରିମାଣ୍ଡରେ ଆଣି ତ୍ରିକୋଣୀୟ ଜେରା କରିବାକୁ ଯୋଜନା ରଖିଛି ଇଡି।

ସେପଟେ ନାଗ-ଚାନ୍ଦ ଦମ୍ପତ୍ତିଙ୍କ ସହ ଲିଙ୍କ୍ ନେଇ ନୋଟିସ୍ ପାଇଥିବା ୧୫ ପ୍ରଭାବଶାଳୀଙ୍କ କାଲିଠୁ ହାଜିରା ପ୍ରକ୍ରିୟା ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି।

ଇଡ଼ିର ଘଣ୍ଟାଚକଟା ଭିତରେ ଏହି ମାମଲାରେ ପ୍ରଭାବଶାଳୀ ନେତାଙ୍କ ସହ IAS ଓ IPSଙ୍କ ସଂପୃକ୍ତି କଥା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଏପରିକି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ବଡ଼ବଡ଼ିଆଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି। ହେଲେ କିଏ ସେହି ବାବୁ ଭାୟା, ସେହି ତଥ୍ୟକୁ ଗୋପନ ରଖି ସଠିକ ତଦନ୍ତ ହେଲେ ସବୁ ସତ ଧରାପଡ଼ିଯିବ ବୋଲି ଉଭୟେ କହିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ମାମଲାରେ ଲିଙ୍କ୍‌ରେ ଥିବା ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି। କିନ୍ତୁ କହି ହେବନି। ତଦନ୍ତରେ ସବୁକିଛି ଧରାପଡିଯିବ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ପ୍ରଭାବଶାଳୀଙ୍କ ସଂପୃକ୍ତି କଥା କହିଛନ୍ତି। ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ହୋଇଥିବାରୁ ବିଧାନସଭାରେ ଆଲୋଚନା ହେବାର ଆବଶ୍ୟକତା ଥିବା କହିଛନ୍ତି ନରସିଂହ।

ତେବେ ଏହା ଜବାବରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଯିଏ ଦୋଷ କରିଥିବ ସେ ଦଣ୍ଡ ପାଇବ।

ସୂଚନା ଥାଉକି, କଳାଟଙ୍କାର ପାହାଡ଼ ଛିଡ଼ା କରାଇଥିବା ଅର୍ଚ୍ଚନାଙ୍କ ପଛରେ ମାଳ ମାଳ ନେତା, ଠିକାଦାର, ବିଲ୍ଡର, ସରକାରୀ ବାବୁ ମାନଙ୍କ ସଂପୃକ୍ତି କଥା ପୂର୍ବରୁ ବି ଚର୍ଚ୍ଚା ହୋଇଆସୁଛି। ଆଉ ସେହି ଲିଙ୍କ୍‌କୁ ଧରି ଏହି ତଥାକଥିତ ପ୍ରଭାବଶାଳୀଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି ଇଡି।

ଗତ ୫ ବର୍ଷରେ ଅର୍ଚ୍ଚନା ଆକାଉଣ୍ଟକୁ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଆସିଛି ଲକ୍ଷ ଲକ୍ଷ ଟଙ୍କା। କ୍ୟାସ ଆକାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କୁହାଯାଉଛି। ତେଣୁ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଟଙ୍କା ପଠାଇଛନ୍ତି, ତାହାର ତଦନ୍ତ ବାକି ରହିଛି।

ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଠୁ ଜବତ ଲ୍ୟାପଟପ୍, ମୋବାଇଲ୍ ଫୋନ୍ ସହ ଡକ୍ୟୁମେଣ୍ଟ ଗୁଡ଼ିକୁ ଦାଖଲ କରିବାକୁ ଇଡି କମିଶନରେଟ୍ ପୁଲିସକୁ ନୋଟିସ୍ କରିଥିବା ସୂଚନା ମିଳିଛି।

Related story