ଓଡ଼ିଶା ହାଉସିଂ ବୋର୍ଡର ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶା ହାଉସିଂ ବୋର୍ଡର ପକ୍ଷରୁ ଯୋଗାଇ ଦିଆଯାଉଥିବା ଘର ପାଇଁ ଏଣିକି ଅନ୍ ଲାଇନରେ  ବୁକ୍ କରା ଯାଇପାରିବ। ଏହାସହ ଓଏସ୍ଏଚବିର ଆଗାମୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ ସୂଚନା ମିଳିପାରିବ। ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ହାଉସିଂ ବୋର୍ଡର ୱେବସାଇଟ୍ www.oshb.Orgକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଫେଜ୍ ୬ ଓ ଫେଜ୍ ୭ ପାଇଁ ବୁକିଂ ଆରମ୍ଭ କରାଯାଇଛି। ଏଚ୍ଆଇଜି, ଏମ୍ଆଇଜି, ଏଲ୍ଆଇଜି […]

www.oshb.com

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 03:22 PM IST

ଭୁବନେଶ୍ୱର: ଓଡ଼ିଶା ହାଉସିଂ ବୋର୍ଡର ପକ୍ଷରୁ ଯୋଗାଇ ଦିଆଯାଉଥିବା ଘର ପାଇଁ ଏଣିକି ଅନ୍ ଲାଇନରେ  ବୁକ୍ କରା ଯାଇପାରିବ। ଏହାସହ ଓଏସ୍ଏଚବିର ଆଗାମୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ ସୂଚନା ମିଳିପାରିବ। ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ହାଉସିଂ ବୋର୍ଡର ୱେବସାଇଟ୍ www.oshb.Orgକୁ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରେ ଫେଜ୍ ୬ ଓ ଫେଜ୍ ୭ ପାଇଁ ବୁକିଂ ଆରମ୍ଭ କରାଯାଇଛି। ଏଚ୍ଆଇଜି, ଏମ୍ଆଇଜି, ଏଲ୍ଆଇଜି ଓ ଇକୋନୋମିକ୍ ୱିକର ସେକ୍ସନ-ଇଡବ୍ଲୁଏସ୍ ଲାଗି ମୋଟ୍ ୬୪୪ଟି ଘର ନିର୍ମାଣ ହେବ। ଫେଜ୍-୬ରେ କେବଳ ଏଚ୍ଆଇଜି ଓ ଫେଜ୍-୭ରେ ଏମ୍ଆଇଜି, ଏଲ୍ଆଇଜ୍ ଓ ଇକୋନୋମିକ୍ ୱିକର ସେକ୍ସନଙ୍କ ଲାଗି ଘର ଯୋଗାଇ ଦିଆଯିବ। ଏଚ୍ଆଇଜି ଘରର ଦାମ ୬୧ ଲକ୍ଷ ୮୫ ହଜାରରୁ ୬୩ ଲକ୍ଷ ୬୦ହଜାର ଟଙ୍କ।, ଏମ୍ଆଇଜି ଘର ୩୩ଲକ୍ଷ ୧୪ହଜାର ଟଙ୍କ। ଓ ଏଲଆଇଜି ଘର ୧୫ ଲକ୍ଷ ୮୬ ହଜାର ଓ ଇକୋନୋମିକ୍ ୱିକର ସେକ୍ସନ ଇଡବ୍ଲୁଏସ୍ ଘର ଦାମ୍ ୭ଲକ୍ଷ ୪୩ ହଜାର ରହିଛି।

Related story