ଓଡ଼ିଶା ଉପରେ ସଭିଙ୍କ ନଜର: ବିଜେପି, କଂଗ୍ରେସ ନେତାଙ୍କ ଘନ ଘନ ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ମାସରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ହେଭିୱେଟ୍ ବିଜେପି ନେତାଙ୍କ ଭିଡ଼ ଜମିବ। କଂଗ୍ରେସ ମଧ୍ୟ ନିଜର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଚଳିତ ମାସରେ ଓଡ଼ିଶା ଆଣୁଥିବାବେଳେ ଅନ୍ୟ କିଛି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ନେତାମାନଙ୍କର ଭିଡ଼ ଓଡ଼ିଶାରେ ନିର୍ବାଚନୀ ମାହୋଲକୁ ସରଗରମ କରିବାର ସମ୍ଭାବନା ରହିଛି। ବିଜେପି ରାଜ୍ୟ ସଭାପତି […]

bjp-123

bjp-123

Jyoshna Pradhan
  • Published: Friday, 08 February 2019
  • Updated: 08 February 2019, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ମାସରେ ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ହେଭିୱେଟ୍ ବିଜେପି ନେତାଙ୍କ ଭିଡ଼ ଜମିବ। କଂଗ୍ରେସ ମଧ୍ୟ ନିଜର ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୁଣିଥରେ ଚଳିତ ମାସରେ ଓଡ଼ିଶା ଆଣୁଥିବାବେଳେ ଅନ୍ୟ କିଛି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ବିଜେପି ଓ କଂଗ୍ରେସର ଜାତୀୟ ନେତାମାନଙ୍କର ଭିଡ଼ ଓଡ଼ିଶାରେ ନିର୍ବାଚନୀ ମାହୋଲକୁ ସରଗରମ କରିବାର ସମ୍ଭାବନା ରହିଛି।

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ମିଶନ-୧୨୦କୁ ସଫଳ କରିବା ପାଇଁ ଚଳିତମାସ ୧୭ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗସ୍ତରେ ଆସିବେ। ସେହିପରି ଓଡ଼ିଶାରେ ନିର୍ବାଚନୀ ପ୍ରଚାରର ମଙ୍ଗ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧରିବେ। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ରାମକୃପାଲ ଯାଦବ, ମନୋଜ ସିହ୍ନା, ମନସୁଖଭାଇ ମଣ୍ଡାଭିଆ ପ୍ରମୁଖ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ଦିନରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରୀ ଏବଂ ନେତା ପହଞ୍ଚି ଉଦବୋଧନ ଦେବେ। ସେହିପରି ‘ମୋ ଘର ଭାଜପା ଘର’ କାର୍ଯ୍ୟକ୍ରମରେ ବୁଥସ୍ତରରେ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବେ। ‘କମଳ ଜ୍ୟୋତି’ ସଂକଳ୍ପ କାର୍ଯ୍ୟକ୍ରମ ବୁଥସ୍ତରରେ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ବି ବୁଥସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସିଧା ସଳଖ ଭାବ ବିନିମୟ କରିବେ। ରାଜ୍ୟ ବିଜେପି ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି । ପୂର୍ବ ଭାରତର ବିକାଶ ତଥା ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ସବୋର୍ଚ୍ଚ ନେତୃତ୍ୱ ପର୍ଯ୍ୟନ୍ତ ସମସ୍ତେ ଏକ ହୋଇ ଓଡିଶାର ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଚଳିତ ମାସ ଶେଷ ସପ୍ତାହରେ ରାହୁଲ ଗାନ୍ଧି ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ। କଂଗ୍ରେସ ଶାସିତ ୪ଟି ରାଜ୍ୟ ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଓଡ଼ିଶା ଆସିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି।ତେବେ ରାହୁଲଙ୍କ ଗସ୍ତକୁ ନେଇ ନିର୍ଦ୍ଦିଷ୍ଟ ତାରିଖ ଏବଂ ସ୍ଥାନ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story