ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୬ ମସିହାରୁ ବାକି ପଡ଼ିଥିବା ଧର୍ମପଦ ପୁରସ୍କାର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଘୋଷଣା ହେଲା। ୨୦୧୬ ବର୍ଷ ପାଇଁ ଚିତ୍ରଶିଳ୍ପୀ ବନବିହାରୀ ପରିଡ଼ା, ୨୦୧୭ ବର୍ଷ ପାଇଁ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକ, ୨୦୧୮ ବର୍ଷ ପାଇଁ ଜଗଦୀଶ ଚନ୍ଦ୍ର କାନୁନ୍ଗୋଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି ୨୦୧୯ ବର୍ଷ ପାଇଁ ପଟ୍ଟଚିତ୍ରଶିଳ୍ପୀ ବିନୋଦ ମହାରଣା, ୨୦୨୦ ମସିହା ପାଇଁ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ପାଇବେ ଧର୍ମପଦ ପୁରସ୍କାର।
ଏଥିସହିତ ୨୦୧୬ରୁ ୨୦ ପର୍ଯ୍ୟନ୍ତ ୨୫ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଧର୍ମପଦ ପୁରସ୍କାର ଲାଗି ମନୋନୀତ ପ୍ରତ୍ୟେକ ଶିଳ୍ପୀ ପାଇବେ ୫ ଲକ୍ଷ ଟଙ୍କା। ସମ୍ବର୍ଦ୍ଧିତ ହେବାକୁ ଥିବା ପ୍ରତ୍ୟେକ ଶିଳ୍ପୀ ୧ ଲକ୍ଷ ଟଙ୍କା ପାଇବେ।