ତିନିଟି ସ୍ତରରେ ସିଲ୍‌ ହୋଇଛି ମ୍ୟାଟ୍ରିକ୍‌ ପ୍ରଶ୍ନପତ୍ର, ଜଗିଛନ୍ତି ସଶସ୍ତ୍ର ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷାକେନ୍ଦ୍ରକୁ ଜଗିଛି CCTV କ୍ୟାମେରା। ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଜଗିଛନ୍ତି ସଶସ୍ତ୍ର ପୁଲିସ୍। ମ୍ୟାଟ୍ରିକ୍‌ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ୍‌ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଥିଲା। ଏହାକୁ ରୋକିବା ପାଇଁ ଚଳିତବର୍ଷ ଗଣଶିକ୍ଷା ବିଭାଗ ଉଠାଇଛି ବ୍ୟାପକ ପଦକ୍ଷେପ। ଫରୁଆ ଭିତରେ ଫରୁଆ ଭଳି ତିନି ସ୍ତରରେ ସିଲ୍‌ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା। ସେଣ୍ଟର ସୁରିନ୍‌ଟେଣ୍ଡେଣ୍ଟ ଗୋଟିଏ […]

Matric

Manoranjan Sial
  • Published: Tuesday, 18 February 2020
  • , Updated: 18 February 2020, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା। ସେଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷାକେନ୍ଦ୍ରକୁ ଜଗିଛି CCTV କ୍ୟାମେରା। ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଜଗିଛନ୍ତି ସଶସ୍ତ୍ର ପୁଲିସ୍।

ମ୍ୟାଟ୍ରିକ୍‌ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଭାଇରାଲ୍‌ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଥିଲା। ଏହାକୁ ରୋକିବା ପାଇଁ ଚଳିତବର୍ଷ ଗଣଶିକ୍ଷା ବିଭାଗ ଉଠାଇଛି ବ୍ୟାପକ ପଦକ୍ଷେପ। ଫରୁଆ ଭିତରେ ଫରୁଆ ଭଳି ତିନି ସ୍ତରରେ ସିଲ୍‌ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା। ସେଣ୍ଟର ସୁରିନ୍‌ଟେଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲ୍‌ରେ ପ୍ୟାକେଟର ଦ୍ୱିତୀୟ କଭର ଖୋଲିବେ ଇନ୍‌ଭିଜିଲେଟର। ଯେଉଁଠି ରହିବ ଦୁଇ ପରୀକ୍ଷାର୍ଥୀଙ୍କ ଦସ୍ତଖତ। ଏହାପରେ ସିଲ୍‌ ଅବସ୍ଥାରେ ହିଁ ପିଲାଙ୍କୁ ମିଳିବ ପ୍ରଶ୍ନ-ଉତ୍ତର ପତ୍ର। ପରୀକ୍ଷାର୍ଥୀ ପ୍ରଶ୍ନ ପ୍ୟାକେଟର ତୃତୀୟ ସିଲ ଖୋଲି ଲେଖିବେ ଉତ୍ତର। ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର ପରୀକ୍ଷା ପ୍ରଥମ ୧ ଘଣ୍ଟାରେ ସରିବା ପରେ ଏହାକୁ ସିଲ୍‌ କରାଯିବ। ଦିନ ୧୧ଟାରେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ସିଲ ଖୋଲାଯିବ। ଏହି ପରୀକ୍ଷା ସାଢେ ୧୨ଟା ଯାଏଁ ଚାଲିବ। ଗଣିତ ପରୀକ୍ଷାରେ ପିଲାଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ।

ପ୍ରଥମ ଦିନର ମାତୃଭାଷା ପରୀକ୍ଷା ପାଇଁ ପୂରା ଦମରେ ପ୍ରସ୍ତୁତ ଥିବା କହିଛନ୍ତି ଛାତ୍ରଛାତ୍ରୀ। ଅନ୍ୟପଟେ ଆଡ୍‌ମିଟ୍‌ କାର୍ଡ ପାଇନଥିବାରୁ କିଛି ସ୍ଥାନରେ ପିଲା ପରୀକ୍ଷା ଦେଇପାରିବେ କି ନାହିଁ ଆଶା ଆଶଙ୍କାରେ ଅଛନ୍ତି। ସେପଟେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଫର୍ମଫିଲଅପ୍ କରାଯାଇନଥିବାରୁ ୨୩ ଜଣ ପିଲା ପରୀକ୍ଷାରୁ ବଞ୍ଚିତ ହେବେ।

ଅସନ୍ତାକାଲି ସକାଳ ୬ଟାରୁ ସାଢେ ୮ ଭିତରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯିବ ପ୍ରଶ୍ନପତ୍ର। ପ୍ରଥମ ଦିନ ସକାଳ ୯ଟା ୨୦ରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ସେଣ୍ଟର ଭିତରକୁ ଛଡ଼ାଯିବ। ଏଥର ମୋଟ୍  ୫ଲକ୍ଷ ୬୦ ହଜାର ୯୦୫ଜଣ ପରୀକ୍ଷାର୍ଥୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି।

Related story