ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ୟାଡରରେ ସଂଶୋଧନ

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ୟାଡରରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ମୋଟ୍‌ ପଦବୀ ସଂଖ୍ୟା ୫,୩୮୯ରୁ ୬୭୧୯କୁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ସଚିବଙ୍କ ସଂଖ୍ୟା ୧ରୁ ୨କୁ ଏବଂ ନିର୍ଦ୍ଦେଶକଙ୍କ ସଂଖ୍ୟା ୫ରୁ ୧୨କୁ ବଢ଼ା ଯାଇଛି। ପେ-ବ୍ୟାଣ୍ଡ ଫୋର ଶ୍ରେଣୀରେ ଥିବା ଡାକ୍ତରଙ୍କ ସଂଖ୍ୟା ୩୫ରୁ ବଢ଼ି ୪୩୪ ହୋଇଛି। ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଣିକି ସ୍ତ୍ରୀ ଓ ପ୍ରସୂତି, ଭେଷଜ, ଶିଶୁ ରୋଗ, ଶଲ୍ୟ ବିଶେଷଜ୍ଞ ଡାକ୍ତର ରହିବେ। ସିଡିଏମ୍‌ଓ ଓ ପବ୍ଲିକ […]

C93mCffVwAAwpCt

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 11:04 PM IST

ଭୁବନେଶ୍ୱର: ଓଡ଼ିଶା ସ୍ୱାସ୍ଥ୍ୟସେବା କ୍ୟାଡରରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ମୋଟ୍‌ ପଦବୀ ସଂଖ୍ୟା ୫,୩୮୯ରୁ ୬୭୧୯କୁ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ସଚିବଙ୍କ ସଂଖ୍ୟା ୧ରୁ ୨କୁ ଏବଂ ନିର୍ଦ୍ଦେଶକଙ୍କ ସଂଖ୍ୟା ୫ରୁ ୧୨କୁ ବଢ଼ା ଯାଇଛି। ପେ-ବ୍ୟାଣ୍ଡ ଫୋର ଶ୍ରେଣୀରେ ଥିବା ଡାକ୍ତରଙ୍କ ସଂଖ୍ୟା ୩୫ରୁ ବଢ଼ି ୪୩୪ ହୋଇଛି। ପ୍ରତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଣିକି ସ୍ତ୍ରୀ ଓ ପ୍ରସୂତି, ଭେଷଜ, ଶିଶୁ ରୋଗ, ଶଲ୍ୟ ବିଶେଷଜ୍ଞ ଡାକ୍ତର ରହିବେ। ସିଡିଏମ୍‌ଓ ଓ ପବ୍ଲିକ ହେଲ୍‌ଥ ଅଫିସର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ମୁଖ୍ୟ ରହିବେ। ସେହିପରି ବ୍ଲକସ୍ତରରେ ବ୍ଲକ ପବ୍ଲିକ୍‌ ହେଲ୍‌ଥ ଅଫିସର ସ୍ୱାସ୍ଥ୍ୟ ସେବା ଦାୟିତ୍ୱରେ ରହିବେ।

Related story