ମୋ ଝିଅ ଗ୍ରୋନ୍ ଅପ୍ ଗାର୍ଲ, ଆଇନ ତା’ବାଟରେ ଯିବ: ନବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହୀରାକୁଦ ନିଷିଦ୍ଧାଞ୍ଚଳରେ ମନ୍ତ୍ରୀ ନବକିକିଶୋର ଦାସଙ୍କ ଝିଅଙ୍କ ସହ ୩ ଜଣ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଘଟଣାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଏବେ ମନ୍ତ୍ରୀ ନବକିକଶୋର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭିଡିଓ ଦେଖିନି କି ଏ ବାବଦରେ ଜାଣି ନାହିଁ। ଯିଏ ଭିଡିଓରେ ଥଲା ତାକୁ ପଚାରନ୍ତୁ। ମୋ ଝିଅ ଗ୍ରୋନ୍ ଅପ୍ ଗାର୍ଲ। ଆଇନ ତା’ବାଟରେ ଯିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ […]

kkll

kkll

Tapas Behera
  • Published: Monday, 16 December 2019
  • Updated: 16 December 2019, 06:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହୀରାକୁଦ ନିଷିଦ୍ଧାଞ୍ଚଳରେ ମନ୍ତ୍ରୀ ନବକିକିଶୋର ଦାସଙ୍କ ଝିଅଙ୍କ ସହ ୩ ଜଣ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ୍‌ ହୋଇଥିଲା।

ଏହି ଘଟଣାରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଏବେ ମନ୍ତ୍ରୀ ନବକିକଶୋର ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଭିଡିଓ ଦେଖିନି କି ଏ ବାବଦରେ ଜାଣି ନାହିଁ। ଯିଏ ଭିଡିଓରେ ଥଲା ତାକୁ ପଚାରନ୍ତୁ। ମୋ ଝିଅ ଗ୍ରୋନ୍ ଅପ୍ ଗାର୍ଲ। ଆଇନ ତା’ବାଟରେ ଯିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି ଯେ, ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି ।

ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ ସାଇଟ୍‌ରେ ତାହା ଅପଲୋଡ଼ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍ ହୋଇଛି, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ ଭିଡିଓ କ୍ୟାପ୍ଚର କରିବେ, ମୁଁ ଧ୍ୟାନ ଦେବି। ପୁଲିସର ସମସ୍ତ ତଦନ୍ତକୁ ସାମ୍ନା କରିବି ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି। ଏହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି।

ନିଷିଦ୍ଧାଞ୍ଚଳରେ କେତୋଟି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି । ତେବେ କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos