ବଜେଟ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ RT-PCR ଟେଷ୍ଟ। ବିଧାୟକ, ସେମାନଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଟେଷ୍ଟ ହେବ। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ହେବ କରୋନା ଟେଷ୍ଟ। ଅଧିବେଶନ ସରିଲା ପରେ ମଧ୍ୟ ସମସ୍ତଙ୍କର RT-PCR ଟେଷ୍ଟ ହେବ। ଅଧିବେଶନ ଚାଲିବା ବେଳେ କେହି ସଦସ୍ୟ ଅସୁସ୍ଥ ହେଲେ, ଟେଷ୍ଟ କରିବେ। ବିଧାନସଭା ସଚିବାଳୟ କର୍ମଚାରୀ ଓ  […]

Assembly Session

Manoranjan Sial
  • Published: Friday, 12 February 2021
  • , Updated: 12 February 2021, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର। ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ RT-PCR ଟେଷ୍ଟ। ବିଧାୟକ, ସେମାନଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଟେଷ୍ଟ ହେବ। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ହେବ କରୋନା ଟେଷ୍ଟ। ଅଧିବେଶନ ସରିଲା ପରେ ମଧ୍ୟ ସମସ୍ତଙ୍କର RT-PCR ଟେଷ୍ଟ ହେବ। ଅଧିବେଶନ ଚାଲିବା ବେଳେ କେହି ସଦସ୍ୟ ଅସୁସ୍ଥ ହେଲେ, ଟେଷ୍ଟ କରିବେ। ବିଧାନସଭା ସଚିବାଳୟ କର୍ମଚାରୀ ଓ  CMO ଷ୍ଟାଫ୍‌ଙ୍କର ମଧ୍ୟ ଟେଷ୍ଟ ହେବ।

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର ହୋଇଥିଲା କରୋନା ଟେଷ୍ଟ୍। ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ବିଧାୟକଙ୍କ କରୋନା ଟେଷ୍ଟ୍ କରାଯାଇଥିଲା। ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ RT-PCR ଟେଷ୍ଟ୍ କରାଯାଇଥିଲା।  ଟେଷ୍ଟ ରିପୋଟ୍‌ରେ କେତେକ ବିଧାୟକ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁ ବିଧାୟକମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ, ସେମାନେ ଭିଡିଓ କନ୍‌ଫରେନ୍ସିଂରେ ରହିଥିଲେ।

 

Related story