ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ: ପ୍ରଚାରର ନୂଆ କୌଶଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ମୁତୟନ କରାଯାଇଥିବା ନେଇ ଆଜି ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ମାସରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଜି ପୁଣିଥରେ ନୂଆ ରୂପ (ସଂଶୋଧିତ ନୁହେଁ) ଜାରି କରାଯିବା ପରେ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାରର ଏହି କୌଶଳକୁ ପଦାରେ ପକାଇଛି। ସୂଚନା ଅନୁସାରେ, ସେପ୍ଟେମ୍ବର ୧୬ତାରିଖରେ ରାଜ୍ୟ […]

sachi

Manoranjan Sial
  • Published: Friday, 11 October 2019
  • , Updated: 11 October 2019, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୧୦ଟି ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ୧୦ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ମୁତୟନ କରାଯାଇଥିବା ନେଇ ଆଜି ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ମାସରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିକୁ ଆଜି ପୁଣିଥରେ ନୂଆ ରୂପ (ସଂଶୋଧିତ ନୁହେଁ) ଜାରି କରାଯିବା ପରେ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାରର ଏହି କୌଶଳକୁ ପଦାରେ ପକାଇଛି।

ସୂଚନା ଅନୁସାରେ, ସେପ୍ଟେମ୍ବର ୧୬ତାରିଖରେ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଜିଲ୍ଲା ଆବଣ୍ଟନ ତାଲିକା ପ୍ରକାଶ ପାଇଥିଲା। ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଅଫିସରମାନେ ଏସବୁ ଜିଲ୍ଲାର ଦାୟିତ୍ୱରେ ରହି ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା। ସେହି ବିଜ୍ଞପ୍ତିରେ ମଧ୍ୟ ୧୦ଟି ଆକାଂକ୍ଷା ଜିଲ୍ଲାର ଦାୟିତ୍ୱ ବିଭିନ୍ନ ଆଇଏଏସ ଅଫିସରଙ୍କୁ ପ୍ରଦାନ କରାଯାଇଥିଲା। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଜିଲ୍ଲା ଗସ୍ତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଆଜି ପୁଣିଥରେ ଜାରି ହୋଇଥିବା ବିଜ୍ଞପ୍ତିରେ ସେହି ଅଫିସରମାନଙ୍କ ନାଁ ଓ ଆବଣ୍ଟିତ ଜିଲ୍ଲାର ନାଁ ସମାନ ଥିବାବେଳେ ଏହି ବିଜ୍ଞପ୍ତି ଜାରିର କ’ଣ ଆବଶ୍ୟକତା ବୋଲି ପ୍ରଶ୍ନ ଉଠିଛି।

ତେବେ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କୁ ଏହି ଆକାଂକ୍ଷା ଜିଲ୍ଲା ଦାୟିତ୍ୱରେ ଥିବା ଅଫିସରଙ୍କ ସମ୍ପର୍କରେ ଅବଗତ କରାଯିବାର ଥିବାରୁ ଏହି ସଂଶୋଧିତ ବିଜ୍ଞପ୍ତି ଜାରି ହୋଇଛି ।

ସୂଚନାଯୋଗ୍ୟ, ପ୍ରଦୀପ୍ତ କୁମାର ମହାପାତ୍ର- ଢେଙ୍କାନାଳ, ଅନୁ ଗର୍ଗ- ରାୟଗଡ଼ା, ସୌରଭ ଗର୍ଗ-କୋରାପୁଟ, ଡିକେ ସିଂହ-କଳାହାଣ୍ଡି, ହେମନ୍ତ ଶର୍ମା-ନବରଙ୍ଗପୁର, ସଞ୍ଜିବ ଚୋପ୍ରା-କନ୍ଧମାଳ, ଶାଶ୍ୱତ ମିଶ୍ର-ନୂଆପଡ଼ା, ଭିଭି ଯାଦବ- ମାଲକାନଗିରି, ଏସକେ ସିଂହ- ଗଜପତି, ପ୍ରମୋଦ କୁମାର ମେହେର୍ଦ୍ଦା-ବଲାଙ୍ଗିର ଜିଲ୍ଲା ଆବଣ୍ଟିତ ହୋଇଛି।

Related story