ପଶ୍ଚିମବଙ୍ଗକୁ ସହାୟତାର ପ୍ରସ୍ତାବ ଦେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ ଧନଜୀବନ ହାନିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଏହାସହିତ ପଶ୍ଚିମବଙ୍ଗ ସରକାରକୁ ସବୁପ୍ରକାରର ସହଯୋଗ କରିବା ନିମନ୍ତେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ ସମ୍ପତ୍ତି ନଷ୍ଟ ସହ ଲୋକମାନଙ୍କ ମୃତ୍ୟୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର […]

asit-trapathi

Manoranjan Sial
  • Published: Thursday, 21 May 2020
  • , Updated: 21 May 2020, 07:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ ଧନଜୀବନ ହାନିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ଏହାସହିତ ପଶ୍ଚିମବଙ୍ଗ ସରକାରକୁ ସବୁପ୍ରକାରର ସହଯୋଗ କରିବା ନିମନ୍ତେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ବାତ୍ୟା ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ ସମ୍ପତ୍ତି ନଷ୍ଟ ସହ ଲୋକମାନଙ୍କ ମୃତ୍ୟୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ବ୍ୟକ୍ତ କରିଛନ୍ତି। ପଶ୍ଚିମବଙ୍ଗ ଲୋକମାନଙ୍କର ଏଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶାର ଲୋକମାନେ ସହଯୋଗ ପାଇଁ ପ୍ରସ୍ତୁତ ଅଛନ୍ତି। ସବୁ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ କ୍ଷତିଗ୍ରସ୍ତ ହୋଇଛନ୍ତି। ତେବେ ପଶ୍ଚିମବଙ୍ଗରେ ଅମ୍ଫାନ ଅଧିକ ତାଣ୍ଡବଲୀଳା ରଚିଛି।

Related story