ଗଞ୍ଜେଇ ଚାଷ ଓ ଚାଲାଣର ପେଣ୍ଠସ୍ଥଳ ପାଲଟିଛି କି ଓଡ଼ିଶା?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଞ୍ଜେଇର ବେଶ୍‌ ଚାହିଦା ରହିଛି। ସେଥିପାଇଁ ତ ମାୟାନଗରୀର ଅତି ନିକଟତର ହୋଇପାରିଛି। ଆଉ ବଲିଉଡ୍‌ର ଡ୍ରଗ୍ସ ପାର୍ଟିରେ ଛାଇ ହୋଇଯାଇଛି ଓଡ଼ିଶା ଗଞ୍ଜେଇ! ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏହି କଥା ପଦାକୁ ଆସିଥିଲା। ଆଉ ଏବେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ରେଭ୍‌ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥିବା ଆଲୋଚନା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗଞ୍ଜେଇ ଚାଷ ଓ ଚାଲାଣର ପେଣ୍ଠସ୍ଥଳ ପାଲଟିଛି […]

Ganja

Manoranjan Sial
  • Published: Monday, 18 October 2021
  • , Updated: 18 October 2021, 09:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗଞ୍ଜେଇର ବେଶ୍‌ ଚାହିଦା ରହିଛି। ସେଥିପାଇଁ ତ ମାୟାନଗରୀର ଅତି ନିକଟତର ହୋଇପାରିଛି। ଆଉ ବଲିଉଡ୍‌ର ଡ୍ରଗ୍ସ ପାର୍ଟିରେ ଛାଇ ହୋଇଯାଇଛି ଓଡ଼ିଶା ଗଞ୍ଜେଇ! ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଏହି କଥା ପଦାକୁ ଆସିଥିଲା। ଆଉ ଏବେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ରେଭ୍‌ ପାର୍ଟିରେ ମଧ୍ୟ ଦେଖିବାକୁ ମିଳିଥିବା ଆଲୋଚନା ହେଉଛି। ତେବେ ଏଠି ପ୍ରଶ୍ନ ଉଠୁଛି, ଗଞ୍ଜେଇ ଚାଷ ଓ ଚାଲାଣର ପେଣ୍ଠସ୍ଥଳ ପାଲଟିଛି କି ଓଡ଼ିଶା?

ଗତ ୮ ମାସରେ କୋରାପୁଟରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ ଓ ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାଛଡ଼ା ଅନ୍ୟ ଜିଲ୍ଲାରୁ ମଧ୍ୟ ଚୋରା ଗଞ୍ଜେଇ ଜବତ ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୫ ଜିଲ୍ଲାରୁ  ୧୨୪୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏଥିରୁ ଗୋଟିଏ କଥା ସ୍ପୋଷ୍ଟ ଯେ, ଗଞ୍ଜେଇ ଚାଷା ଓ ଚୋରା ଚାଲାଣର ଭୁସ୍ୱର୍ଗ ପାଲଟିଛି ଓଡ଼ିଶା।

ଇଏତ ଗଲା ଗତ ୮ ମାସର ତଥ୍ୟ। ତେବେ ରାଜ୍ୟର ୫ ବର୍ଷର ତଥ୍ୟ ଆହୁରି ଉଦ୍‌ବେଗଜନକ। କାରଣ ଗଞ୍ଜେଇ ଚାଷୀ ଓ ବେଆଇନ୍‌ ଚାଲାଣକାରୀଙ୍କ ବିରୋଧରେ ପୁଲିସ ଓ ଅବକାରୀ ବିଭାଗ ଜୋରଦାର କାର୍ଯ୍ୟାନୁଷ୍ଠାନ କରୁଥିବା କହୁଥିଲେ ମଧ୍ୟ ବାସ୍ତବରେ ସ୍ଥିତି ଆଉ କିଛି କହୁଛି। ମିଳିଥିବା ତଥ୍ୟ ଅନୁସାରେ ୨୦୧୭ ମସିହାରେ ରାଜ୍ୟରୁ ୩୦୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୧୮ରେ ୫୨୩ , ୨୦୧୯ ମସିହାରେ ୬୧୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ତେବେ ଗତବର୍ଷ ରାଜ୍ୟରେ ରେକର୍ଡ ପରିମାଣରେ ୧୫୪୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଅର୍ଥ ଗଞ୍ଜେଇ ମାଫିଆଙ୍କ ଉପରେ ପୁଲିସ ଓ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନର କୌଣସି ପ୍ରଭାବ ପଡୁନି। କେବଳ ଚାଲାଣକାରୀଙ୍କୁ ଧରି ପୁଲିସ ଚୁପ୍‌ ବସୁଥିବାରୁ ଆଶାନୁରୂପ ସଫଳତା ମିଳୁନଥିବା କୁହାଯାଉଛି। ତେବେ ନକ୍ସଲଙ୍କ ଉପଦ୍ରବ ଓ ଅଗମ୍ୟ ଘଞ୍ଚ ଜଙ୍ଗଲ ଯୋଗୁ ବେଆଇନ୍‌ ଗଞ୍ଜେଇ ଚାଷକୁ ରୋକି ହେଉନଥିବା ଅବକାରୀ ଅଧିକାରୀ କହିଛନ୍ତି।

ରାଜ୍ୟରେ ପ୍ରତିବର୍ଷ ମାମଲା ହେଉଛି ଓ ଗିରଫଦାରୀ ବଢୁଛି। ଚଳିତ ବର୍ଷ ନିଶା ଚୋରା କାରବାର ସଂପର୍କିତ ୭୮୬ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ହୋଇଛନ୍ତି ୧୩୪୩ ଅଭିଯୁକ୍ତ। ସେହିପରି ଗତ ୧୦ ମାସରେ ୨୩ ହଜାର ୫୩୭ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ଏହାସତ୍ତ୍ୱେ ଦେଶର ଯେଉଁଠୁ ବି ଗଞ୍ଜେଇ ଜବତ ହେଉଛି, ସେଥିରୁ ଓଡ଼ିଶା ଲିଙ୍କ ବାହାରୁଛି।

Related story