ଓଡ଼ିଶାରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରାଯିବ: ବାଗ୍‌ଚି

ଭୁବେନଶ୍ୱର: ରାଜ୍ୟରେ ନୂଆ କରି ଗଠନ ହୋଇଥିବା ସ୍କିଲ ଡେଭଲପମେଣ୍ଟ ଅଥରିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚି ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଓଡ଼ିଶାରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ଲାଗି ପ୍ରଥମେ ଏକ ଯୋଜନା ପ୍ରସ୍ତୁତ କରିବି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବି।” ସେ କହିଛନ୍ତି, “ସମସ୍ତଙ୍କ ଭଲ ପାଇବାକୁ ନେଇ କାର୍ଯ୍ୟ […]

bagchi

Rakesh Mallick
  • Published: Saturday, 30 April 2016
  • , Updated: 30 April 2016, 06:07 PM IST

ଭୁବେନଶ୍ୱର: ରାଜ୍ୟରେ ନୂଆ କରି ଗଠନ ହୋଇଥିବା ସ୍କିଲ ଡେଭଲପମେଣ୍ଟ ଅଥରିଟିର ମୁଖ୍ୟ ଭାବେ ସୁବ୍ରତ ବାଗଚି ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ। ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଓଡ଼ିଶାରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ଲାଗି ପ୍ରଥମେ ଏକ ଯୋଜନା ପ୍ରସ୍ତୁତ କରିବି। ଏଥିପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିବି।”

ସେ କହିଛନ୍ତି, “ସମସ୍ତଙ୍କ ଭଲ ପାଇବାକୁ ନେଇ କାର୍ଯ୍ୟ କରିବାକୁ ଚେଷ୍ଟା କରିବି। ସବୁଠାରୁ ବଡ କଥା ହେଲା ଓଡ଼ିଶା ପ୍ରସ୍ତୁତ ଅଛି। ଯେଉଁଠାରେ ଭଲ କାମ ହେଉଛି, ବିକାଶମୂଳକ କାମ ହେଉଛି ସେଠାକୁ ଯାଇ ଅନୁଧ୍ୟାନ କରିବି।”

ସେ ଆହୁରି କହିଛନ୍ତି, “ଆସନ୍ତାକାଲିଠାରୁ ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାକୁ ଯାଇ କୌଶଳ ବିକାଶ କ୍ଷେତ୍ରରେ ଯୋଜନା ପ୍ରସ୍ତୁତ କରିବି। ଯୁବବର୍ଗଙ୍କୁ କିପରି ଦକ୍ଷଶାଳୀ କରାଯିବ, ବାହାରୁ କେମିତି ଭଲ ଆଇଡିଆ ଅଣାଯାଇପାରିବ ସେ ନେଇ ପଦକ୍ଷେପ ନେବି। ବିଶେଷ କରି ରାଜମିସ୍ତ୍ରୀ, ଟେଲର, ନର୍ସ, ଟେକ୍ନିସିଆନଙ୍କ ଦକ୍ଷତାକୁ ଆହୁରି ବୃଦ୍ଧି କରାଯାଇ ସମସ୍ତଙ୍କୁ ବିଶ୍ୱଯୋଗୀ କରାଯିବ।”

Related story