ଓଡ଼ିଶା ପ୍ରକଳ୍ପରୁ ଓହରିଲା ପୋସ୍କୋ

ନୂଆଦିଲ୍ଲୀ: ବିଶ୍ୱର ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି ବିଶ୍ୱର ପ୍ରମୁଖ ଷ୍ଟିଲ୍ କମ୍ପାନୀ। ମାନ୍ଦାବସ୍ଥା ଯୋଗୁଁ କୋରିଆର ପ୍ରମୁଖ ଷ୍ଟିଲ କମ୍ପାନୀ ପୋସ୍କୋ କ୍ଷତି ସହୁଥିବା  ପ୍ରକଳ୍ପରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଓଡିଶାର ଜଗତସିଂହପୁରରେ ପ୍ରସ୍ତାବିତ ପ୍ରକଳ୍ପକୁ ଫ୍ରିଜ୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ପୋସ୍କାର ଅଧ୍ୟକ୍ଷ କୋନ୍ ଓ-ଜୁନ୍ ଗତକାଲି ସିଓଲରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡିଶା ପ୍ରକଳ୍ପକୁ ଫ୍ରିଜ୍ କରିବା ସମ୍ପର୍କରେ ଗତ ମେ […]

posco

Rakesh Mallick
  • Published: Thursday, 16 July 2015
  • , Updated: 16 July 2015, 04:39 AM IST

ନୂଆଦିଲ୍ଲୀ: ବିଶ୍ୱର ଷ୍ଟିଲ୍ ଶିଳ୍ପ କ୍ଷେତ୍ରରେ ଦେଖାଦେଇଛି ମାନ୍ଦାବସ୍ଥା। ଏଥିଯୋଗୁଁ ପ୍ରଭାବିତ ହୋଇଛନ୍ତି ବିଶ୍ୱର ପ୍ରମୁଖ ଷ୍ଟିଲ୍ କମ୍ପାନୀ। ମାନ୍ଦାବସ୍ଥା ଯୋଗୁଁ କୋରିଆର ପ୍ରମୁଖ ଷ୍ଟିଲ କମ୍ପାନୀ ପୋସ୍କୋ କ୍ଷତି ସହୁଥିବା  ପ୍ରକଳ୍ପରୁ ଓହରିଯିବା ଲାଗି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଓଡିଶାର ଜଗତସିଂହପୁରରେ ପ୍ରସ୍ତାବିତ ପ୍ରକଳ୍ପକୁ ଫ୍ରିଜ୍ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ପୋସ୍କାର ଅଧ୍ୟକ୍ଷ କୋନ୍ ଓ-ଜୁନ୍ ଗତକାଲି ସିଓଲରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଓଡିଶା ପ୍ରକଳ୍ପକୁ ଫ୍ରିଜ୍ କରିବା ସମ୍ପର୍କରେ ଗତ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇ ଦେଇଥିବା ସେ ସୂଚନା ଦେଇଛନ୍ତି। ଏଥିସହ ପୋସ୍କୋ ଓଡ଼ିଶା ବଦଳରେ ମହାରାଷ୍ଟ୍ରରେ ନିବେଶ ପାଇଁ ଇଚ୍ଛୁକ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା  ପୋସ୍କୋର ଅଧ୍ୟକ୍ଷ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related story