ଓଡିଶା ସମେତ ୫ ରାଜ୍ୟରେ ମହିଳା ପୁଷ୍ଟିହୀନତା ସବାର୍ଧିକ

ନୂଆଦିଲ୍ଲୀ: ଓଡିଶା  ସମେତ  ୫ଟି ରାଜ୍ୟରେ ମହିଳାଙ୍କ ପୁଷ୍ଟିହୀନତା  ସମସ୍ୟା  ସବାର୍ଧିକ  ବୋଲି ଜାତୀୟ  ପରିବାର  ସ୍ୱାସ୍ଥ୍ୟ  ସର୍ଭେ  (ନ୍ୟାଶନାଲ ଫ୍ୟାମିଲି ହେଲଥ ସର୍ଭେ) ୩ରୁ ଜଣାପଡିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଞ୍ଜୟ ଗାନ୍ଧି ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧି କହିଛନ୍ତି ଯେ, ଓଡିଶା, ବିହାର, ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପୁଷ୍ଟିହୀନତା ସବାର୍ଧିକ। ଏହି ପୁଷ୍ଟିହୀନତାକୁ […]

prusihinata

Rakesh Mallick
  • Published: Thursday, 30 July 2015
  • , Updated: 30 July 2015, 04:00 PM IST

ନୂଆଦିଲ୍ଲୀ: ଓଡିଶା  ସମେତ  ୫ଟି ରାଜ୍ୟରେ ମହିଳାଙ୍କ ପୁଷ୍ଟିହୀନତା  ସମସ୍ୟା  ସବାର୍ଧିକ  ବୋଲି ଜାତୀୟ  ପରିବାର  ସ୍ୱାସ୍ଥ୍ୟ  ସର୍ଭେ  (ନ୍ୟାଶନାଲ ଫ୍ୟାମିଲି ହେଲଥ ସର୍ଭେ) ୩ରୁ ଜଣାପଡିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ସଞ୍ଜୟ ଗାନ୍ଧି ଆଜି ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧି କହିଛନ୍ତି ଯେ, ଓଡିଶା, ବିହାର, ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ମହିଳାଙ୍କ ପୁଷ୍ଟିହୀନତା ସବାର୍ଧିକ। ଏହି ପୁଷ୍ଟିହୀନତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ଓ ସେହିସବୁ ରାଜ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନା ଗୁଡିକ ହେଲା ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ), ଜାତୀୟ ସ୍ୱାସ୍ଥ୍ୟ ମିଶନ, ରାଜୀବ ଗାନ୍ଧି ସ୍କିମ ଫର ଏମପାୱାର ମେଣ୍ଟ ଅଫ ଆଡୋଲୋସେଣ୍ଟର ଗାର୍ଲ (ସବଳା), ଇନ୍ଦିରା ଗାନ୍ଧି ମାତୃତ୍ୱ ସହଯୋଗ ଭଳି ଯୋଜନାଗୁଡିକ କାର୍ଯ୍ୟକାରୀ କରାଯାଉଛି। ସେହିପରି ଅନ୍ୟାନ୍ୟ ସେକ୍ଟର ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅଭିଯାନ, ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ଆଦି ଯୋଜନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏହିସବୁ ଯୋଜନା ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରିବାରେ ସାହାଯ୍ୟ କରିବ।

ଗାନ୍ଧୀ କହିଥିଲେ ଯେ, ସମନ୍ୱିତ ଶିଶୁ ବିକାଶ ଯୋଜନା, ଜନ୍ମରୁ ୬ ବର୍ଷ, ଗର୍ଭବତୀ  ମହିଳାମାନଙ୍କ ପୁଷ୍ଟିହୀନତା ଦୂର କରିବା ଦିଗରେ କାର୍ଯ୍ୟ କରୁଛି। ଏହି ଯୋଜନାରେ ଅତିରିକ୍ତ ପୁଷ୍ଟିସାର ଖାଦ୍ୟ ପ୍ରଦାନ, ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ରେଫରାଲ ସର୍ଭିସ, ସ୍କୁଲକୁ ଯିବା ପୂର୍ବରୁ ଶିକ୍ଷା ପ୍ରଦାନ ଓ ପୁଷ୍ଟି, ସ୍ୱାସ୍ଥ୍ୟ, ଶିକ୍ଷା ଯୋଜନା କାର୍ଯ୍ୟକାରୀ କରାଯାଉଛି। ସେ କହିଛନ୍ତି ଯେ, ସବଳା ଏକ କେନ୍ଦ୍ରୀୟ ଯୋଜନା। ଏହି ଯୋଜନା ୨୦୧୦-୧୧ ମସିହାରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ଯୋଜନା ଦେଶର ସବୁ ରାଜ୍ୟର ବଛା ବଛା ୨୦୫ଟି ଜିଲା ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ୧୧ରୁ ୧୮ ବର୍ଷ ବୟସର ଝିଅମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ସୁଯୋଗ ରହିଛି। ଇନ୍ଦିରା ଗାନ୍ଧି ମାତୃତ୍ୱ ସହଯୋଗ ଯୋଜନା,  ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିସାର ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଅକ୍ଟୋବର ୨୦୧୦ରେ ପରୀକ୍ଷାମୂଳକ ଭାବେ ଦେଶର ୫୩ଟି ଜିଲାରେ ଆରମ୍ଭ  କରାଯାଇଥିଲା। ଏହି ଯୋଜନାର ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଡାକ ପାସବୁକ ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଅନୁଯାୟୀ ଗର୍ଭବତୀ ହିତାଧିକାରୀଙ୍କୁ ୪ହଜାରରୁ ୬ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଗାନ୍ଧି କହିଛନ୍ତି।

Related story