‘ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ। ୨୨୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାରେ ହେବ RT PCR ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର। ଆଗରୁ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ମୂଲ୍ୟ ଧାର୍ଯ୍ୟ କରିଥିଲେ। ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି’ ୨୨ଶହ ଟଙ୍କା ଥିଲା। ଅର୍ଥାତ୍ ଘରୋଇ ଲ୍ୟାବ୍‌ରେ‌ କୋଭିଡ୍‌-୧୯ ଟେଷ୍ଟ କଲେ ଜିଏସ୍‌ଟି […]

corona-kit

Manoranjan Sial
  • Published: Tuesday, 25 August 2020
  • , Updated: 25 August 2020, 09:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ଶସ୍ତା ହେବ। ୨୨୦୦ ଟଙ୍କା ବଦଳରେ ୧୨୦୦ ଟଙ୍କାରେ ହେବ RT PCR ଟେଷ୍ଟ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଆଗରୁ ଘରୋଇ ଲ୍ୟାବ୍‌ରେ କରୋନା ଟେଷ୍ଟ ପାଇଁ ରାଜ୍ୟ ସରକାର ମୂଲ୍ୟ ଧାର୍ଯ୍ୟ କରିଥିଲେ। ଜିଏସ୍‌ଟି ମିଶାଇ RT-PCR ଟେଷ୍ଟ ପାଇଁ ସର୍ବାଧିକ ଫି’ ୨୨ଶହ ଟଙ୍କା ଥିଲା। ଅର୍ଥାତ୍ ଘରୋଇ ଲ୍ୟାବ୍‌ରେ‌ କୋଭିଡ୍‌-୧୯ ଟେଷ୍ଟ କଲେ ଜିଏସ୍‌ଟି ସହ ୨୨ଶହ ଟଙ୍କା ଦେବାକୁ ପଡୁଥିଲା।

ସେହିଭଳି ଏହି ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍‌କୁ ଅନୁମତି ମିଳିଛି। ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ କରୋନା ଟେଷ୍ଟ ହୋଇପାରିବ। ତା ସହିତ InDNA ଲାଇଫ ସାଇନ୍ସ ଲି, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ମଧ୍ୟ ଟେଷ୍ଟ କରାଇବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। RMRCର ତତ୍ତ୍ୱାବଧାନରେ ଏହି ଘରୋଇ କ୍ଲିନିକଗୁଡ଼ିକ ଏହି ଟେଷ୍ଟ କରିପାରିବେ।

Related story