ଓଡ଼ିଶା ସ୍ପେସାଲ୍ କୋର୍ଟସ୍ ଆକ୍ଟ-୨୦୦୬କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର: ଓଡ଼ିଶା ସ୍ପେସାଲ୍ କୋର୍ଟସ୍ ଆକ୍ଟ-୨୦୦୬କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ। ଏହାର ସାମ୍ୱିଧାନିକ ବୈଧତା ରହିଛି ଓ ଏଥିରେ ସମ୍ପତି ଜବତ ପାଇଁ ଥିବା ବ୍ୟବସ୍ଥାରେ ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ଅନିଲ୍ ଆର୍ ଡାଭେଙ୍କ ଖଣ୍ଡପୀଠ କହିଛନ୍ତି। ଉଚ୍ଚ ରାଜନୈତିକ ପଦ ପଦବୀ ତଥା ଉପର ପାହ୍ୟାର ସରକାରୀ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ୨୦୦୬ରେ ଏହି ଆଇନ ପ୍ରଣୟନ […]

SUPREME_COURT

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:13 PM IST

ଭୁବନେଶ୍ୱର: ଓଡ଼ିଶା ସ୍ପେସାଲ୍ କୋର୍ଟସ୍ ଆକ୍ଟ-୨୦୦୬କୁ କାଏମ୍ ରଖିଲେ ସୁପ୍ରିମକୋର୍ଟ। ଏହାର ସାମ୍ୱିଧାନିକ ବୈଧତା ରହିଛି ଓ ଏଥିରେ ସମ୍ପତି ଜବତ ପାଇଁ ଥିବା ବ୍ୟବସ୍ଥାରେ ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ଅନିଲ୍ ଆର୍ ଡାଭେଙ୍କ ଖଣ୍ଡପୀଠ କହିଛନ୍ତି। ଉଚ୍ଚ ରାଜନୈତିକ ପଦ ପଦବୀ ତଥା ଉପର ପାହ୍ୟାର ସରକାରୀ କର୍ମଚାରୀଙ୍କ ବିରୋଧରେ ଆସୁଥିବା ଦୁର୍ନୀତି ମାମଲା ଗୁଡିକର ତ୍ୱରିତ ବିଚାର ପାଇଁ ୨୦୦୬ରେ ଏହି ଆଇନ ପ୍ରଣୟନ କରାଯାଇଥିଲା। ୨୦୦୮ରେ ଏହି ଆଇନ କାର୍ଯ୍ୟକ୍ଷମ ହେବା ପରେ ଭୁବନେଶ୍ୱର ଓ କଟକରେ ଦୁଇଟି ସ୍ୱତନ୍ତ୍ର ଅଦାଲତ ମଧ୍ୟ ପ୍ରତିଷ୍ଠା କରାଯାଇଛି।

ଏହି ଆଇନ ଅନୁଯାୟୀ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ବିଚାରାଧୀନ ଥିବା ଅବସ୍ଥାରେ ମଧ୍ୟ ସମ୍ପୃକ୍ତ ବିବାଦୀୟ ସମ୍ପତ୍ତିକୁ ବ୍ୟାଜାପ୍ତି କରାଯାଇପାରିବ। ଏହାଛଡା ସ୍ୱତନ୍ତ୍ର କୋର୍ଟ ଜରିଆରେ ଦୈନନ୍ଦିନ ଭାବେ ମାମଲା ଗୁଡିକର ଶୁଣାଣି କରାଯାଇ ଶୀଘ୍ର ଫୈସାଲା କରାଯାଇପାରିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଏହି ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଥିଲା। ଯାହାକୁ ପରବର୍ତ୍ତି ସମୟରେ ମଧ୍ୟପ୍ରଦେଶ ଓ ବିହାର ଭଳି ରାଜ୍ୟମାନେ ଆପଣାଇ ଥିଲେ। ଏହି ଆଇନ କାର୍ଯ୍ୟକ୍ଷମ ହେବା ପରେ ଏହାର ସାମ୍ୱିଧାନିକ ବୈଧତାକୁ ଚାଲେଞ୍ଚ କରି ୫୨ଟି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ୨୦୧୦ରେ ୫୨ଟି ଯାକ ମାମଲାକୁ ଓଡିଶା ହାଇକୋର୍ଟ ଖାରଜ କରି ଏହାର ସାମ୍ୱିଧାନିକ ବୈଧତା ରହିଛି ଓ ସମ୍ପତ୍ତି ଜବତ ପାଇଁ ଥିବା ବ୍ୟବସ୍ଥାରେ ତ୍ରୁଟି ନାହିଁ ବୋଲି ଦର୍ଶାଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ଦାୟର କରାଯାଇଥିଲା। ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

Related story