ରାଜ୍ୟକୁ ମାଡ଼ି ଆସୁଛି ଘନ କୁହୁଡ଼ି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ମାଡ଼ି ଆସୁଛି ଘନ କୁହୁଡ଼ି। ଆସନ୍ତା ୨ ଦିନରେ ରାଜ୍ୟରେ କେତେକ ଜିଲ୍ଲା ଘନ କୁହୁଡି ଦେଖାଦେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏସ୍‌ଆର୍‌ସି। ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ। ସେହିପରି ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବ। ଏହି ସମୟରେ ପୁଲିସ ଓ ପରିବହନ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି […]

fog

Manoranjan Sial
  • Published: Friday, 08 January 2021
  • , Updated: 08 January 2021, 05:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟକୁ ମାଡ଼ି ଆସୁଛି ଘନ କୁହୁଡ଼ି। ଆସନ୍ତା ୨ ଦିନରେ ରାଜ୍ୟରେ କେତେକ ଜିଲ୍ଲା ଘନ କୁହୁଡି ଦେଖାଦେବ। ଏଥିପାଇଁ ସତର୍କ ସୂଚନା ଜାରି କରିଛନ୍ତି ଏସ୍‌ଆର୍‌ସି। ୯ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ। ସେହିପରି ୧୦ ତାରିଖରେ ଜଗତସିଂହପୁର, ଭଦ୍ରକ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘନକୁହୁଡ଼ି ଦେଖାଦେବ। ଏହି ସମୟରେ ପୁଲିସ ଓ ପରିବହନ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି।

ରାଜ୍ୟରେ ଘନ କୁହୁଡି ଦେଖାଦେଲେ ଅନେକ ସମୟରେ ରାଜପଥରେ ଦୁର୍ଘଟଣାର ଘଟିବାର ସମ୍ଭାବନା ରହିଛି। ଏହି ସମୟରେ ଚାଳକମାନେ ସତର୍କତାମୂଳକ ଭାବେ ଗାଡ଼ି ଚଳାଇବା ଦରକାର। ନହେଲେ ଯେ କୌଣସି ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ସମ୍ଭାବନା ରହିଛି।

Related story