ଆଜି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍

Ordigital Desk
  • Published: Friday, 23 March 2018
  • , Updated: 23 March 2018, 08:33 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରରେ ଆସିବ ରାଜ୍ୟ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଭୋଟରଙ୍କୁ ଆକୃଷ୍ଟ କଲାଭଳି ଅନେକ ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଛି। ଫୋକସ୍&zwnj;ରେ ରହିପାରେ କୃଷି ଓ କୃଷକ। ତାସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ, ପାନୀୟଜଳ, ଭିତ୍ତିଭୂମି ଓ ଗ୍ରାମୀଣ ବିକାଶ ଉପରେ ବଜେଟ୍&zwnj;ରେ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି।&nbsp; ଗରିବ, ମଧ୍ୟବିତ୍ତ, ଛାତ୍ର, ଯୁବକ ଓ ମହିଳା ଭଳି ସବୁ ବର୍ଗଙ୍କ ସୁବିଧା ପାଇଁ ବଜେଟ୍&zwnj;ରେ ବ୍ୟବସ୍ଥା ରହିପାରେ।</p> <p>୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୨୦ହଜାର କୋଟିର ବ୍ୟୟବରାଦ ରହିବ ବୋଲି ସୂଚନା ମିଳିଛି। ରାଜ୍ୟ ସରକାର &lsquo;ଆମ ଗାଁ ଆମ ବିକାଶ&rsquo; ଭଳି କରିଥିବା ଅନେକ ଯୋଜନା ପାଇଁ ମଧ୍ୟ ବଜେଟ୍&zwnj;ରେ ଅର୍ଥ ବ୍ୟବସ୍ଥା ରହିବ। ବଜେଟ୍ ଲୋକଭିମୁଖୀ ହେବ ବୋଲି ରାଜ୍ୟ&nbsp; ଅର୍ଥ ମନ୍ତ୍ରୀ କହିଛନ୍ତି।</p>

Related story