ଓଡ଼ିଶା ସପ୍ଲାଇଜ୍‌ ଇନ୍ସପେକ୍ଟର ୭୪ଟି ପଦବି ପାଇଁ ଆବେଦନର ଶେଷ ତାରିଖ ଆଜି: ଗୁଜବ ମିଛ!

ଭୁବନେଶ୍ୱର: ଓଡ଼ିଶା ସ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ସପ୍ଲାଇଜ୍‌ ଇନ୍ସପେକ୍ଟର ପୋଷ୍ଟ ପାଇଁ ୭୪ଟି ପଦବି ପୂରଣ ଲାଗି  ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ଏହି ପଦବି ପାଇଁ ଆବେଦନ କରିବାକୁ ଆଜି (୨୨-୧୦-୨୦୧୭କୁ) ଶେଷ ତାରିଖ ଭାବେ ଘୋଷଣା କରାଯାଇଥିଲା। ତେବେ ଆବେଦନର ସମୟ ସୀମା ଘୁଞ୍ଚିବା ନେଇ ଗୁଜବ ଉଠିଥିଲା। ବିଶେଷ କରି ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା ହୋଇଥିଲା। ହେଲେ କମିଶନଙ୍କ ପକ୍ଷରୁ ସେନେଇ କୌଣସି ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।  ତେଣୁ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 07:44 PM IST

ଭୁବନେଶ୍ୱର: ଓଡ଼ିଶା ସ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ସପ୍ଲାଇଜ୍‌ ଇନ୍ସପେକ୍ଟର ପୋଷ୍ଟ ପାଇଁ ୭୪ଟି ପଦବି ପୂରଣ ଲାଗି  ବିଜ୍ଞପ୍ତି ପ୍ରକାଶ ପାଇଥିଲା।  ଏହି ପଦବି ପାଇଁ ଆବେଦନ କରିବାକୁ ଆଜି (୨୨-୧୦-୨୦୧୭କୁ) ଶେଷ ତାରିଖ ଭାବେ ଘୋଷଣା କରାଯାଇଥିଲା। ତେବେ ଆବେଦନର ସମୟ ସୀମା ଘୁଞ୍ଚିବା ନେଇ ଗୁଜବ ଉଠିଥିଲା। ବିଶେଷ କରି ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା ହୋଇଥିଲା। ହେଲେ କମିଶନଙ୍କ ପକ୍ଷରୁ ସେନେଇ କୌଣସି ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।  ତେଣୁ ଆଜି ହିଁ ଆବେଦନର ଶେଷ ତାରିଖ ବୋଲି ସ୍ପଷ୍ଟ ହୋଇଛି। ଏଥିପାଇଁ ଆଜି ରାତି ୧୧.୫୯ ପର୍ଯ୍ୟନ୍ତ ସମୟ ରହିଛି।

ଆଉ ଏହି ସମୟ ମଧ୍ୟରେ ନିଯୁକ୍ତି ଆଶାୟୀମାନେ ଆବେଦନ କରିପାରିବେ। ଏହି ପରୀକ୍ଷା ପାଇଁ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ସହ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଜେନେରାଲ କାଟାଗୋରୀ ପାଇଁ ୩୭,ଏସ୍‌ସିଙ୍କ ପାଇଁ୧୩ ଏବଂ ଏସ୍‌ଟିଙ୍କ ପାଇଁ ୨୪ଟି ପଦବି ସଂରକ୍ଷିତ ରହିଛି। ବୟସ ସୀମା ୨୧ରୁ ୩୨ ବର୍ଷ ଧାର୍ଯ୍ୟ କରାଯାଥିବା ବେଳେ ଏସଇବିସି,ଏସ୍‌ସି, ଏସ୍‌ଟି ଏବଂ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ମାସ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ  ଆବେଦନର ଶେଷ ତାରିଖ ୨୨-୧୦-୨୦୧୭କୁ ଧାର୍ଯ୍ୟ କରାଯାଇଥିଲା। ହେଲେ ପରେ ଏହି ତାରିଖକୁ ଅକ୍ଟୋବର ୨୬କୁ ଘୁଞ୍ଚାଯାଇଥିବା ନେଇ ଗୁଜବ ଉଠିଥିଲ। ତେବେ  ଆବେଦନକାରୀମାନେ  OSSC ସାଇଟ୍‌କୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ଏବଂ ଆବେଦନ ମଧ୍ୟ କରିପାରିବେ।

Related story