ବର୍ଷାରେ ଆସି ଟଙ୍କା ଫେରାଇଲେ ଶିକ୍ଷକ, ମାଟ୍ରିକ୍ ସାର୍ଟିଫିକେଟ୍ ଦେବାକୁ ଆଦାୟ କରିଥିଲେ ଟଙ୍କା

ଯାଜପୁର(ଜନ୍ମେଜୟ ଦାଶ): ଗତକାଲି ଟଙ୍କା ନେଇଥିଲେ। ଆଜି ଫେରାଇଲେ। ମାଟ୍ରିକ୍ ସାର୍ଟିଫିକେଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିବା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ଆଜି ଘର ଘର ବୁଲି ଛାତ୍ରଛାତ୍ରୀଙ୍କୁ ଟଙ୍କା ଫେରାଇଛନ୍ତି ସ୍କୁଲର ଶିକ୍ଷକ ଓ କର୍ମଚାରୀ। ଯାଜପୁର ଶାଳିଜଙ୍ଗା ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀ ମାନେ ପିଲାଙ୍କ ଘରକୁ ଯାଇ ପିଲାଙ୍କ ଠାରୁ ଦସ୍ତଖତ ନେଇ ଟଙ୍କା ଫେରାଇଛନ୍ତି। ଆଜି ପ୍ରବଳ ବର୍ଷା ହେବା ସତ୍ତ୍ୱେ ପିଲାଙ୍କ ପାଖକୁ […]

money

money

Niranjan Mishra
  • Published: Sunday, 11 September 2022
  • Updated: 11 September 2022, 07:02 PM IST

Sports

Latest News

ଯାଜପୁର(ଜନ୍ମେଜୟ ଦାଶ): ଗତକାଲି ଟଙ୍କା ନେଇଥିଲେ। ଆଜି ଫେରାଇଲେ। ମାଟ୍ରିକ୍ ସାର୍ଟିଫିକେଟ୍ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ୨୦୦ ଟଙ୍କା ଆଦାୟ କରିବା ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ଆଜି ଘର ଘର ବୁଲି ଛାତ୍ରଛାତ୍ରୀଙ୍କୁ ଟଙ୍କା ଫେରାଇଛନ୍ତି ସ୍କୁଲର ଶିକ୍ଷକ ଓ କର୍ମଚାରୀ।

ଯାଜପୁର ଶାଳିଜଙ୍ଗା ହାଇସ୍କୁଲର ଶିକ୍ଷକ ଓ କର୍ମଚାରୀ ମାନେ ପିଲାଙ୍କ ଘରକୁ ଯାଇ ପିଲାଙ୍କ ଠାରୁ ଦସ୍ତଖତ ନେଇ ଟଙ୍କା ଫେରାଇଛନ୍ତି। ଆଜି ପ୍ରବଳ ବର୍ଷା ହେବା ସତ୍ତ୍ୱେ ପିଲାଙ୍କ ପାଖକୁ ପହଞ୍ଚିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ଟଙ୍କା ଫେରାଉଥିବା କର୍ମଚାରୀଙ୍କ ଭିତରୁ କିଏ ଶିକ୍ଷକଙ୍କ ସହ ଲୁଙ୍ଗି ପିନ୍ଧି ପିଲାଙ୍କ ପାଖରେ ପହଞ୍ଚି ଥିଲା ତ କିଏ ରେନ୍ କୋର୍ଟ ପିନ୍ଧି ପହଞ୍ଚି ଥିଲା। ତେବେ କେତେଜଣ ଛାତ୍ରଛାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି, ସେ ନେଇ ଜଣାପଡ଼ିନି।

ସୂଚନା ଥାଉକି, ମାଟ୍ରିକରେ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ଟଙ୍କା ନେଉଥିବା ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା। ହେଲେ ଏନେଇ ପଚାରିବାରୁ ସ୍କୁଲ ଡେଭେଲପମେଣ୍ଟ ନାଁରେ ଟଙ୍କା ନିଆଯାଉଛି ବୋଲି ପ୍ରଧାନଶିକ୍ଷକ ରସିଦ ଧରାଇ ଦେଇଥିଲେ।

ଯାହାକୁ ନେଇ ପ୍ରଧାନଶିକ୍ଷକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମନଇଚ୍ଛା କାରବାର ଧରାପଡ଼ିଥିଲା। ଅଭିଭାବକମାନେ ଘଟଣାକୁ ଖୁବ୍ ସମାଲୋଚନା କରିଥିଲେ। ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦିଆଯାଉଥିବା ବେଳେ ସରକାରୀ କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଶୋଷଣ କରୁଥିବାର ଝଲକ ଏଠାରେ ଦେଖିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଏନେଇ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନି।

ତେବେ ଟଙ୍କା ଫେରିପାଇବାକୁ ନେଇ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos