ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା

ଭୁବନେଶ୍ୱର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରହିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ଓ ସମ୍ୱଲପୁରରୁ ଆସିଛି ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ। ମୁଣ୍ଡ ଉପରେ ଟାଇଁଟାଇଁ ଖରା। ସତେ ଯେମିତି ଆକଶରୁ ନିଆଁ ଖସୁଛି। ଘରୁ ବାହାରିଲେ ମୁହଁରେ କଳା ଚଷମା ଓ ମୁଣ୍ଡରେ ଓଦା କପଡ଼ା ପକାଇ ବାହାରିବାକୁ ପଡ଼ୁଛି। ନଳକୂପ ପାଖରେ ପାଣି ଭରିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗତ କିଛି ଦିନ […]

heat-wave-bbsr-380x254

Rakesh Mallick
  • Published: Thursday, 30 March 2017
  • , Updated: 31 March 2017, 09:53 AM IST

ଭୁବନେଶ୍ୱର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଗ୍ନିବର୍ଷା ହେଉଛି। ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରହିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ଓ ସମ୍ୱଲପୁରରୁ ଆସିଛି ପ୍ରଥମ ଅଂଶୁଘାତ ମୃତ୍ୟୁ ଅଭିଯୋଗ।

ମୁଣ୍ଡ ଉପରେ ଟାଇଁଟାଇଁ ଖରା। ସତେ ଯେମିତି ଆକଶରୁ ନିଆଁ ଖସୁଛି। ଘରୁ ବାହାରିଲେ ମୁହଁରେ କଳା ଚଷମା ଓ ମୁଣ୍ଡରେ ଓଦା କପଡ଼ା ପକାଇ ବାହାରିବାକୁ ପଡ଼ୁଛି। ନଳକୂପ ପାଖରେ ପାଣି ଭରିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେଲା ପାରଦ ୪୩ ଡିଗ୍ରୀ ଉପରେ ରହୁଛି। ଆଜି ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା, ଅନୁଗୋଳରେ ପାରଦ ୪୩ ଡିଗ୍ରୀ ଉପରେରହିଛି। ୧୩ଟି ସହର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି। ଆସନ୍ତା ୨ତାରିଖ ଯାଏଁ ଏପରି ତାତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି ।

ଗତକାଲି ଅଂଶୁଗାତରେ ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଛର୍ଲା ଗାଁର ସୌକିଲାଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକରେ ପ୍ରମୋଦ ଖଇଡିଆ ନାମକ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story