ତୃତୀୟ ଲହରରୁ କେମିତି ବର୍ତ୍ତିବେ ପିଲା? ଟିପ୍ସ ଦେଲେ ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ରେ ପିଲାମାନେ ଅଧିକ ସଂକ୍ରମିତ ଆଶଙ୍କା ରହିଛି। ଏ ପ୍ରସଙ୍ଗରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳ କହିଛନ୍ତି-“ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ପିଲାମାନେ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବା ଜରୁରୀ। ଲକ୍ଷଣ ନଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଦରକାର ନାହିଁ।” ସେ କହିଛନ୍ତି-“ସ୍ୱଳ୍ପ ଲକ୍ଷଣ ଥିବା ପିଲାମାନଙ୍କୁ ପାରାସିଟାମଲ ଓ […]

Children

Manoranjan Sial
  • Published: Wednesday, 09 June 2021
  • , Updated: 09 June 2021, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାର ସମ୍ଭାବ୍ୟ ତୃତୀୟ ଲହର ରେ ପିଲାମାନେ ଅଧିକ ସଂକ୍ରମିତ ଆଶଙ୍କା ରହିଛି। ଏ ପ୍ରସଙ୍ଗରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଂଜନ ବିଶ୍ୱାଳ କହିଛନ୍ତି-“ଜ୍ୱର, କାଶ, ଥଣ୍ଡା ଓ ନାକରୁ ପାଣି ବୋହିଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ପିଲାମାନେ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ଟେଷ୍ଟ କରିବା ଜରୁରୀ। ଲକ୍ଷଣ ନଥିବା ଆକ୍ରାନ୍ତ ଶିଶୁକୁ କିଛି ଔଷଧ ଦେବା ଦରକାର ନାହିଁ।”

ସେ କହିଛନ୍ତି-“ସ୍ୱଳ୍ପ ଲକ୍ଷଣ ଥିବା ପିଲାମାନଙ୍କୁ ପାରାସିଟାମଲ ଓ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ଭର୍ତ୍ତି ଜରୁରୀ। ଶିଶୁମାନଙ୍କ ଫୁସଫୁସ ଅପେକ୍ଷାକୃତ ସୁସ୍ଥ ଥିବାରୁ ଗୁରୁତର ସମ୍ଭାବନା କମ ରହିଛି। ଶିଶୁମାନଙ୍କ ବହୁବିଧ ରୋଗ ପ୍ରାୟତଃ ନଥିବାରୁ ଗୁରୁତର ହୁଅନ୍ତି ନାହିଁ। ଘରର ବଡ଼ ଲୋକମାନଙ୍କ ପାଇଁ ଶିଶୁମାନେ ସଂକ୍ରମିତ ହୋଇଥାନ୍ତି। ବଡ଼ ଲୋକ ଘରକୁ ଫେରିଲେ ସାନିଟାଇଜ ହୋଇ ପିଲାଙ୍କ ପାଖକୁ ଯାଆନ୍ତୁ।”

ସେପଟେ ଶିଶୁରୋଗ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର କହିଛନ୍ତି-“ଗର୍ଭାବସ୍ଥାରେ ଯଦି କୌଣସି ମା’ ସଂକ୍ରମିତ ହୁଏ, ତା’ଠାରୁ ଛୁଆ ସଂକ୍ରମିତ ହେବନି। ପିଲା ଜନ୍ମ ବେଳେ ସାବଧାନ ରହିଲେ, ମା’ଠାରୁ ଛୁଆ ସଂକ୍ରମିତ ହେବନି। ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ।”

ଆସନ୍ତା ସେପ୍ଟେମ୍ୱର, ଅକ୍ଟୋବର ମାସ ବେଳକୁ କରୋନାର ତୃତୀୟ ଲହର ଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଯାହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶିଶୁମାନଙ୍କ ଚିକିତ୍ସା ଅନ୍ୟ ରୋଗୀମାନଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେଥିପାଇଁ ଏବେଠୁ ଡାକ୍ତରମାନଙ୍କୁ ଟ୍ରେନିଂ ଦେବା ସହ ଅଧିକ ସଂଖ୍ୟାରେ ଜେନେରାଲ ଓ ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଉଛି। ଏଥିସହ ଯେଉଁ ଜିଲ୍ଳାରେ ଟେଷ୍ଟ ପଜିଟିଭି ରେଟ୍ ୫ ପ୍ରତିଶତରୁ କମ ରହିଛି ସେଠାରେ ଅନଲକ ପ୍ରକ୍ରିୟାରେ କିଛି କଟକଣା କୋହଳ କରିବାକୁ ବିଚାରବିମର୍ଶ ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Related story