‘ଛୋଟ ସହରରେ ଦେଖିଥିଲି ସ୍ୱପ୍ନଟିଏ, ଯାହା ଆଜି ସଫଳ ହୋଇଛି’

Ordigital Desk
  • Published: Saturday, 28 April 2018
  • , Updated: 28 April 2018, 01:43 PM IST
<p>ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସ୍&zwnj;ସି) ଦ୍ୱାରା ପରିଚାଳିତ ସିଭିଲ୍&zwnj; ସର୍ଭିସ୍&zwnj; ପରୀକ୍ଷା ୨୦୧୭ ଫଳ ଗତକାଲି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୪୦୧ ନମ୍ବର ରାଂକରେ ରହିଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ବବିତା ସ୍ୱାଇଁ। ବବିତାଙ୍କ ସଫଳତାରେ ପରିବାର ତଥା ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏକ ଛୋଟ ସହରରୁ ଯାଇ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଗର୍ବ ଅନୁଭବ କରୁଛନ୍ତି ପରିବାର ଲୋକେ।&nbsp; ବହୁଦିନର ସ୍ୱପ୍ନ ଓ ଆଶାକୁ ପୂରଣ କରିଥିବାରୁ ଖୁସି ଥିବା କହିଛନ୍ତି ବବିତା। ଭୁବନେଶ୍ୱର ଆଇଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି। ଆଇଏଏସ୍ ପାଇଁ ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି ବବିତା।</p>

Related story