କେବିସିରେ କମାଲ ଦେଖାଇଲେ ଓଡ଼ିଆ: ଜିତିଲେ ଅଧ କୋଟି, ସେହେନ୍‌ସାଙ୍କୁ ପାଖରେ ପାଇ ସେୟାର କଲେ ଅନୁଭୂତି

ମୁମ୍ବାଇ: କୌନ ବନେଗା କରୋଡପତିରେ ଜଣେ ଓଡ଼ିଆଙ୍କ କମାଲ। ବଲାଙ୍ଗିରର ସୁନିଲ କୁମାର ତାଣ୍ଡି ଏହି ପ୍ରତିଯୋଗିତାରେ ଭାଗ ନେଇ ୫୦ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ବିଗ୍‌ ବି ଅମିତାଭଙ୍କ ଦ୍ୱାରା କରାଯାଉଥିବା ଏହି ଶୋ’ରେ ସୁନିଲ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି। ଗତକାଲି ଦୀପାବଳିରେ ଏହି ସୋ’ ପ୍ରସାରିତ ହୋଇଥିଲା।  ସୁନିଲଙ୍କ ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।  ସେ ବର୍ତ୍ତମାନ ସୁନ୍ଦରଗଡରେ  […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 05:26 PM IST

ମୁମ୍ବାଇ: କୌନ ବନେଗା କରୋଡପତିରେ ଜଣେ ଓଡ଼ିଆଙ୍କ କମାଲ। ବଲାଙ୍ଗିରର ସୁନିଲ କୁମାର ତାଣ୍ଡି ଏହି ପ୍ରତିଯୋଗିତାରେ ଭାଗ ନେଇ ୫୦ଲକ୍ଷ ଟଙ୍କାର ପୁରସ୍କାର ଜିତିଛନ୍ତି। ବିଗ୍‌ ବି ଅମିତାଭଙ୍କ ଦ୍ୱାରା କରାଯାଉଥିବା ଏହି ଶୋ’ରେ ସୁନିଲ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି।

ଗତକାଲି ଦୀପାବଳିରେ ଏହି ସୋ’ ପ୍ରସାରିତ ହୋଇଥିଲା।  ସୁନିଲଙ୍କ ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି।  ସେ ବର୍ତ୍ତମାନ ସୁନ୍ଦରଗଡରେ  ଜିଲ୍ଲା ସମାଜ ମଂଗଳ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର କୌଣସି ସରକାରୀ କର୍ମଚାରୀ ଏହି ପୁରସ୍କାର ଜିତିବାରେ ସୁନିଲ ହେଉଛନ୍ତି ପ୍ରଥମ। କୌନବନେଗା କରୋଡପତି ସିଜିନ୍-୯ରେ  ସୁନିଲ ଭାଗ ନେଇ ଅମିତାଭ ବଚ୍ଚନଙ୍କ କେତୋଟି ପ୍ରଶ୍ନର ସଠିକ୍‌ ଉତ୍ତର ଦେବାରେ ସକ୍ଷମ ହୋଇତିଲେ।

ଏଭଳି ଏକ ୱାନ ଟୁ ୱାନ କାର୍ଯ୍ୟକ୍ରମ ତଥା ବଲିଉଡ୍‌ର ସେହେନ୍ସା ଅମିତାଭ ବଚ୍ଚନଙ୍କୁ ପାଖରେ ପାଇ ସୁନିଲ ବେଶ ଖୁସିଥିବା କହିଛନ୍ତି। ତେବେ କାର୍ଯ୍ୟକ୍ରମରେ ଫୋନ୍ ଏ ଫ୍ରେଣ୍ଟ ଅପ୍ସନର ମଧ୍ୟ ସହାୟତା ନେଇଥିଲେ। ଏହି ସମୟରେ ସେ ତାଙ୍କ ବନ୍ଧୁ ମଦନଜିତ୍‌ ହୋତାଙ୍କୁ ପ୍ରଶ୍ନ ପଚାରି ଉତ୍ତର ପାଇପାରିଥିଲେ। ଏହି ଖେଳର ମୋଟ ୧୬ ରାଉଣ୍ଡରୁ ୧୪ଟି ରାଉଣ୍ଡ ପର୍ଯ୍ୟନ୍ତ ଯାଇପାରିଥିଲେ ସୁନିଲ। ହେଲେ ସେ ସବୁ ଲାଇଫଲାଇନ୍‌ର ସହାୟତା ନେଇ ସାରିଥିବାରୁ ଗେମରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ ସେ । ଆଉ ୫୦ ଲକ୍ଷ ଟଙ୍କା ଜିତିବାରେ ସମର୍ଥ ହୋଇଥିଲେ।

https://www.youtube.com/watch?v=2FyzqcxrDDY&t=5s

Related story