ଓଡ଼ିଶା ଫେରିଲେ ଗିରିଧର ଗମାଙ୍ଗ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ତାଙ୍କ ସହିତ ଫେରିଛନ୍ତି ପୁଅ ଶିଶିର ଗମାଙ୍ଗ। ଜୁନ୍ ୧୨ ତାରିଖରେ ବାପ-ପୁଅ ବିଜେପିରେ ଯୋଗ ଦେବା ପରେ ଆଜି ସନ୍ଧ୍ୟାରେ ଓଡ଼ିଶା ଫେରି ଆସିଛନ୍ତି। ଜୁନ୍ ୧୮ ତାରିଖରେ ଗିରିଧର ଓ ତାଙ୍କ ପୁଅ ବିଧିବଦ୍ଧ ଭାବେ ଏଠାର ବିଜେପିରେ ଯୋଗ ଦେବେ। ବିମାନବନ୍ଦରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଓଡ଼ିଶା ଫେରିବା ପରେ ଗିରିଧର କହିଛନ୍ତି, ବିଜେପିରେ ସାମିଲ ହୋଇ ସେ ଖୁବ୍ ଖୁସି ଅଛନ୍ତି। […]

gamanga

Rakesh Mallick
  • Published: Monday, 15 June 2015
  • , Updated: 16 June 2015, 02:31 AM IST

ଭୁବନେଶ୍ୱର: ଓଡ଼ିଶା ଫେରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ। ତାଙ୍କ ସହିତ ଫେରିଛନ୍ତି ପୁଅ ଶିଶିର ଗମାଙ୍ଗ। ଜୁନ୍ ୧୨ ତାରିଖରେ ବାପ-ପୁଅ ବିଜେପିରେ ଯୋଗ ଦେବା ପରେ ଆଜି ସନ୍ଧ୍ୟାରେ ଓଡ଼ିଶା ଫେରି ଆସିଛନ୍ତି। ଜୁନ୍ ୧୮ ତାରିଖରେ ଗିରିଧର ଓ ତାଙ୍କ ପୁଅ ବିଧିବଦ୍ଧ ଭାବେ ଏଠାର ବିଜେପିରେ ଯୋଗ ଦେବେ। ବିମାନବନ୍ଦରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା।

ଓଡ଼ିଶା ଫେରିବା ପରେ ଗିରିଧର କହିଛନ୍ତି, ବିଜେପିରେ ସାମିଲ ହୋଇ ସେ ଖୁବ୍ ଖୁସି ଅଛନ୍ତି। ଆଗକୁ ମଧ୍ୟ ଖୁସି ରହିବେ। କାରଣ ଲୋକେ ଚାହୁଁଥିଲେ ସେ ବିଜେପିରେ ଯୋଗ ଦିଅନ୍ତୁ। ଆଉ ସେ ତାହା କରିଛନ୍ତି। ଯେହେତୁ ଲୋକେ ଖୁସି ତେଣୁ ସେ ବି ଖୁସି। ତେବେ କୌଣସି ସର୍ତ୍ତ ରଖି ବିଜେପିରେ ଯୋଗ ଦେଇଥିବା କଥାକୁ ସେ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ଦେଇଛନ୍ତି। କଂଗ୍ରେସର ଏହି ପୂର୍ବତନ ବରିଷ୍ଠ ନେତା କହିଛନ୍ତି ଯେ ସେ କୌଣସି ସର୍ତ୍ତ ରଖି ବିଜେପିରେ ସାମିଲ ହୋଇ ନାହାନ୍ତି। ରାଜନୀତିରେ ସେ ସର୍ତ୍ତ ଉପରେ ବିଶ୍ୱାସ କରନ୍ତି ନାହିଁ। ସର୍ତ୍ତ ଭଳି କିଛି ଜିନିଷ ରହିଥିଲେ ସେ କଂଗ୍ରେସରେ ୪୫ ବର୍ଷ ଧରି ରହି ନଥାଆନ୍ତେ ବୋଲି କହିଥିଲେ।

ଗିରିଧର ଆହୁରି ମଧ୍ୟ କହିଥିଲେ ଯେ ସେ ଆଉ କଂଗ୍ରେସକୁ ଫେରିବି ନାହିଁ। ଇସ୍ତଫା ଦେବା ବେଳେ ସେ ଏକଥା ବେଶ୍ ସ୍ପଷ୍ଟ କରି ଦେଇଥିଲେ।

କଂଗ୍ରେସ ଓ ବିଜେପିର ଆଦର୍ଶ ମଧ୍ୟ ରହିଛି ଆକାଶପାତାଳ ଫରକ। ସେ କେମିତି ଏକ ପରିବର୍ତ୍ତିତ ଆଦର୍ଶ ମଧ୍ୟରେ ନିଜକୁ ଖାପଖୁଆଇବେ ବୋଲି ପଚରା ଯିବାରେ ଗିରିଧର କହିଥିଲେ ଯେ ସମୟ ସବୁଠୁ ବଳବାନ। ସମୟ ଅନୁସାରେ ସବୁ ଠିକ୍ ହୋଇଯିବ।

ସେ କହିଥିଲେ ଯେ ରାଜ୍ୟ ବିଜେପିର ସମସ୍ତ ସଦସ୍ୟ ତାଙ୍କୁ ଗ୍ରହଣ କରି ନେଇଛନ୍ତି। ଆଉ ଆସନ୍ତା ୧୮ ତାରିଖରେ ସେ ଆନୁଷ୍ଠାନିକ ଭାବେ ରାଜ୍ୟ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବେ।

ସେହିପରି ତାଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ତାଙ୍କ ପୁଅ ଶିଶିର କହିଛନ୍ତି ଯେ ଏବେ ନୂଆ ଯୁଗର ଆରମ୍ଭ ହୋଇଛି। ଦଳ ତାଙ୍କୁ ଯେଉଁ କାମ ପାଇଁ ଉପଯୁକ୍ତ ଭାବିବ ସେ ସେହି କାମ କରିବେ।

Related story