ଓଡ଼ିଶାରେ ୮୭.୮୮ % ପରିବାରର ମାସିକ ଆୟ ୫ ହଜାର ଟଙ୍କାରୁ କମ୍

ଭୁବନେଶ୍ୱର: ଓଡ଼ିଶାରେ ମୋଟ ୯,୮୮,୫,୧୧୮ ଟି ପରିବାର ମଧ୍ୟରୁ ୮୭.୮୮ ପ୍ରତିଶତ ପରିବାରର ମାସିକ ଆୟ ୫ ହଜାର ଟଙ୍କାରୁ କମ୍। ସେହିଭଳି ରାଜ୍ୟର ମାତ୍ର ୪.୭୭ ପରିବାରଙ୍କ ମାସିକ ଆୟ ୧୦ ହଜାରରୁ ଅଧିକ।  ରାଜ୍ୟ ୪ କୋଟି ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ଇନକମ ଟାକ୍ସ ବା ଆୟ କର ଦେଉଛନ୍ତି ମାତ୍ର ୨ ଲକ୍ଷ ୨୦ ହଜାର ୭୧ ଜଣ। ଆଜି ପ୍ରକାଶ ପାଇଥିବା ସୋସିଓ ଇକୋନୋମିକ୍ ଆଣ୍ଡ କାଷ୍ଟ ସେନସସ୍ ବା […]

odishalive

Rakesh Mallick
  • Published: Friday, 03 July 2015
  • , Updated: 03 July 2015, 03:10 PM IST

ଭୁବନେଶ୍ୱର: ଓଡ଼ିଶାରେ ମୋଟ ୯,୮୮,୫,୧୧୮ ଟି ପରିବାର ମଧ୍ୟରୁ ୮୭.୮୮ ପ୍ରତିଶତ ପରିବାରର ମାସିକ ଆୟ ୫ ହଜାର ଟଙ୍କାରୁ କମ୍। ସେହିଭଳି ରାଜ୍ୟର ମାତ୍ର ୪.୭୭ ପରିବାରଙ୍କ ମାସିକ ଆୟ ୧୦ ହଜାରରୁ ଅଧିକ।  ରାଜ୍ୟ ୪ କୋଟି ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ଇନକମ ଟାକ୍ସ ବା ଆୟ କର ଦେଉଛନ୍ତି ମାତ୍ର ୨ ଲକ୍ଷ ୨୦ ହଜାର ୭୧ ଜଣ। ଆଜି ପ୍ରକାଶ ପାଇଥିବା ସୋସିଓ ଇକୋନୋମିକ୍ ଆଣ୍ଡ କାଷ୍ଟ ସେନସସ୍ ବା ସାମାଜିକ ଅର୍ଥନୈତିକ ଓ ଜାତିଗତ ଜନଗଣନା ରିପୋର୍ଟ ୨୦୧୧ ଏଇ ସବୁ ତଥ୍ୟ ଉଲ୍ଲେଖ ରହିଛି।

ଏହି ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ପରିବାର ସଂଖ୍ୟା ୨୪,୩୯,୪୫୨୯୭ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ରହୁଛନ୍ତି ୭୩.୪୪ ପ୍ରତିଶତ ପରିବାର। ଓଡ଼ିଶାରେ ମୋଟ ୯,୮୮,୫,୧୧୮ ପରିବାର ମଧ୍ୟରୁ ଗ୍ରାମାଞ୍ଚଳରେ ୮୭.୨୩ ପ୍ରତିଶତ ଏବଂ ସହରାଞ୍ଚଳରେ ୧୨.୭୭ ପ୍ରତିଶତ ରହୁଛନ୍ତି।

ଆମ ରାଜ୍ୟରେ ଗୋଟିଏ ପରିବାରରେ ହାରାହାରି ସଦସ୍ୟଙ୍କ ସଂଖ୍ୟା ହେଉଛି ୪.୨୧। ପୁଣି ୮୬.୬୭% ପରିବାରର ମୁଖିଆ ହେଉଛନ୍ତି ପୁରୁଷ। ସେହିପରି ମହିଳା ମୁଖ୍ୟ ଥିବା ପରିବାର ସଂଖ୍ୟା ହେଉଛି ୧୨.୩୧ ପ୍ରତିଶତ। ମୋଟ ପରିବାରର ମହିଳା ସଦସ୍ୟଙ୍କ ମଧ୍ୟରୁ ୩.୯୧ ପ୍ରତିଶତ ବିଧବା ଥିବା ବେଳେ ଅଲଗା ରହୁଛନ୍ତି ୦.୪୯ ପ୍ରତିଶତ ମିହିଳା। ରାଜ୍ୟରେ ୦.୧୨ ପ୍ରତିଶତ ମହିଳାଙ୍କ ବିବାହ ବିଚ୍ଛେଦ ହୋଇଛି।

ରାଜ୍ୟରେ ୫ ହଜାର ଟଙ୍କାରୁ କମ୍ ଆୟ କରୁଥିବା ପରିବାର ସଂଖ୍ୟା ହେଉଛି ୮୭.୮୮ ପ୍ରତିଶତ। ୫ ହଜାରରୁ  ୧୦ ହଜାର ମଧ୍ୟରେ ମାସିକ ଆୟ କରୁଛନ୍ତି ୭.୩୩ ପ୍ରତିଶତ ପରିବାର। ୪.୭୭ ପରିବାର ମାସକୁ ୧୦ ହଜାର ଟଙ୍କାରୁ ଅଧିକ ଆୟ କରୁଛନ୍ତି। ସେହିପରି ରାଜ୍ୟରେ ଇନକମ୍ ଟ୍ୟାକ୍ସ ବା ଆୟ କର ଦେଉଥିବା ପରିବାର ସଂଖ୍ୟା ହେଉଛି ୨ ଲକ୍ଷ ୨୦ ହଜାର ୭୧। ଦେଶରେ ଆୟକର ଦେଉଥିବା ପରିବାର ସଂଖ୍ୟା ହେଉଛି ୮୨ ଲକ୍ଷ ୧୨ ହଜାର ୯୨୬।

ରାଜ୍ୟରେ ସରକାରୀ କ୍ଷେତ୍ରରେ କାମ କରୁଥିବା ପରିବାରର ହାର ହେଉଛି ୪.୪୦ ପ୍ରତିଶତ। ଅନ୍ୟପକ୍ଷରେ ଦେଶରେ ଏହା ୫.୦୨ ପ୍ରତିଶତ ରହିଛି। ସେହିଭଳି ରାଜ୍ୟରେ ପବ୍ଲିକ୍ ସେକ୍ଟରରେ ୦.୫୦ ପ୍ରତିଶତ ଏବଂ ପ୍ରାଇଭେଟ ସେକ୍ଟରରେ ୧.୯୦ ପ୍ରତିଶତ ପରିବାର କାମ କରୁଛନ୍ତି। ରାଜ୍ୟରେ ମାନୁଆଲ ଓ କାଜୁଆଲ ଲେବର ସଂଖ୍ୟା ୫୮.୮୪ ପ୍ରତିଶତ। ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବା ପରିବାର ସଂଖ୍ୟା ୦.୬୩ ପ୍ରତିଶତ। ଓଡ଼ିଶାରେ ୪୬ ପ୍ରତିଶତ ପରିବାରର ନିଜସ୍ୱ ଜମି ରହିଛି। ଓଡିଶାରେ ମୋଟ ପରିବାରରୁ  ଅନୁସୂଚିତ ଜାତି ହେଉଛନ୍ତି ୧୮.୦୪ ପ୍ରତିଶତ। ଅନୁସୂଚିତ ଜନଜାତି ସଂଖ୍ୟା ୨୩.୯୧ ପ୍ରତିଶତ ଥିବାବେଳେ ଅନ୍ୟାନ୍ୟ ପରିବାର ସଂଖ୍ୟା ହେଉଛି ୫୭.୩୧ ପ୍ରତିଶତ।

Related story