ଓଡ଼ିଶାର ଚାଷୀମାନଙ୍କ ପାଇଁ କୃଷି ବୀମା ଆବେଦନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଚାଷୀମାନଙ୍କ ପାଇଁ କୃଷି ବୀମା ଆବେଦନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। କିଛି ଅଞ୍ଚଳରେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଏପରିକି ପ୍ରାୟ ସାଢ଼େ ତିନି ଲକ୍ଷ ହେକ୍ଟର ଚାଷ […]

BaijayantPanda

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 01:15 PM IST

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଚାଷୀମାନଙ୍କ ପାଇଁ କୃଷି ବୀମା ଆବେଦନ ଅବଧି ବୃଦ୍ଧି କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଅନୁରୋଧ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡା ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ବର୍ଷା ଅଭାବରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି। କିଛି ଅଞ୍ଚଳରେ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଏପରିକି ପ୍ରାୟ ସାଢ଼େ ତିନି ଲକ୍ଷ ହେକ୍ଟର ଚାଷ ଜମିରେ ବେଉଷଣ କାର୍ଯ୍ୟ ହୋଇପାରି ନାହିଁ।

୨୦୧୫ ଖରିଫ ଚାଷ ପାଇଁ ଜାତୀୟ କୃଷି ବୀମା ଯୋଜନା (ଏନଏଆଇଏସ୍) ଅଧୀନରେ ଋଣ ନେଇ ନଥିବା ଚାଷୀଙ୍କୁ ଶସ୍ୟ ବୀମାଭୁକ୍ତ କରିବା ପାଇଁ ଆବେଦନ ଅବଧି ବୃଦ୍ଧି ନିମନ୍ତେ କୃଷି ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ସାଂସଦ ପଣ୍ଡା। ଅଧିକ ସଂଖ୍ୟକ ଚାଷୀ ଯେପରି ସରକାରଙ୍କ ଶସ୍ୟ ବୀମା ଯୋଜନାର ସୁବିଧା ନେଇପାରିବେ ସେଥିପାଇଁ ଋଣ ନେଇ ନ ଥିବା ଚାଷୀଙ୍କ ପାଇଁ ବୀମା ଆବେଦନ ନିମନ୍ତେ ପୂର୍ବରୁ ଜୁଲାଇ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ତେବେ ଚାଷ କାର୍ଯ୍ୟ ପଛେଇ ଥିବାରୁ ଆବେଦନ ସମୟ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Related story