ଓଡ଼ିଶାର ଉପକୂଳବର୍ତ୍ତୀ ସୁରକ୍ଷାକୁ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିକଟରେ ବୈଜୟନ୍ତଙ୍କ ଦାବି

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଉପକୂଳବର୍ତ୍ତୀ ସୁରକ୍ଷାର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ ସାଂସଦ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ ପ୍ରସ୍ତାବିତ ୧୮ଟି ସାମୁଦ୍ରିକ ଥାନା ମଧ୍ୟରୁ ମାତ୍ର ୫ଟିର ନିର୍ମାଣ ହୋଇଥିବା ବେଳେ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରି ନ […]

Baijayant Panda

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 02:45 PM IST

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ଉପକୂଳବର୍ତ୍ତୀ ସୁରକ୍ଷାର ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ ସାଂସଦ ଶ୍ରୀ ପଣ୍ଡା ଦର୍ଶାଇଛନ୍ତି ଯେ ପ୍ରସ୍ତାବିତ ୧୮ଟି ସାମୁଦ୍ରିକ ଥାନା ମଧ୍ୟରୁ ମାତ୍ର ୫ଟିର ନିର୍ମାଣ ହୋଇଥିବା ବେଳେ କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରି ନ ଥିବାରୁ ଅବଶିଷ୍ଟ ୧୩ଟି ସାମୁଦ୍ରିକ ଥାନାର ନିର୍ମାଣ କାର୍ଯ୍ୟ ଅଟକି ଯାଇଛି। ଏପରିକି ରାଜ୍ୟ ସରକାର ଉପକୂଳବର୍ତ୍ତୀ ସୁରକ୍ଷା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ କୌଣସି ଡଙ୍ଗା ମଧ୍ୟ ପାଇନାହାନ୍ତି।

ଉପକୂଳବର୍ତ୍ତୀ ସୀମାରେ ସୁରକ୍ଷା ଅଭାବରୁ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ପଡୋଶୀ ଦେଶରୁ ଅନୁପ୍ରବେଶ ବଢିବା ସହ,ଅପରାଧିକ କାର୍ଯ୍ୟକଳାପ ବଢିବା, ବିଦେଶୀ ଜାହାଜ ଅବାଧ ପ୍ରବେଶ ବଢିବା ଏବଂ ନିଶା କାରବାର ମଧ୍ୟ ବଢୁଛି। ଉପକୂଳବର୍ତ୍ତୀ ସୁରକ୍ଷା ଅଭାବରୁ ଆତଙ୍କବାଦୀଙ୍କ ଅନୁପ୍ରବେଶର ସମ୍ଭାବନା ଥିବା ଶ୍ରୀ ପଣ୍ଡା ଦର୍ଶାଇଛନ୍ତି। ସାମୁଦ୍ରିକ ଥାନା ଗୁଡିକ କାର୍ଯ୍ୟକ୍ଷମ ହେବାରେ ବିଳମ୍ୱ ଯୋଗୁ ଉପକୂଳବର୍ତ୍ତୀ ଜିଲ୍ଳା ଗୁଡିକରେ ବିପଦ ଆଶଙ୍କା ବଢୁଛି। ଏହିସବୁ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଅବଶିଷ୍ଟ ସାମୁଦ୍ରିକ ଥାନା ଗୁଡିକର ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ତୁରନ୍ତ ମଞ୍ଜୁର ଏବଂ ସର୍ତ୍ତକତା ଜନିତ ବୈଷୟିକ ସହାୟତା ଯୋଗାଇଦେବାକୁ ସାଂସଦ ଶ୍ରୀ ପଣ୍ଡା ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଛନ୍ତି।

Related story