ଋଣବୋଝ ୧.୧୩ ଲକ୍ଷ କୋଟି ଛୁଇଁବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ଋଣବୋଝ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କାକୁ ଛୁଇଁବ। ଯାହାକି ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୯%। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭାରତ ସରକାରଙ୍କଠୁ ୧୫୪୦କୋଟି ଟଙ୍କା, ଖୋଲାବଜାରରୁ ୧୭,୮୪୦କୋଟି ଟଙ୍କା, ଅନ୍ୟାନ୍ୟ ସୂତ୍ରରୁ ୫୦୭୦କୋଟି ଟଙ୍କା ଓ ଜିପିଏଫରୁ ୧ହଜାର କୋଟି ଟଙ୍କା ଋଣ ଆଣିବେ […]

budget

Manoranjan Sial
  • Published: Tuesday, 18 February 2020
  • , Updated: 18 February 2020, 08:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟର ଋଣବୋଝ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧ଲକ୍ଷ ୧୩ହଜାର ୨୩୭କୋଟି ଟଙ୍କାକୁ ଛୁଇଁବ। ଯାହାକି ରାଜ୍ୟ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୧୯%। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ମୋଟ ୨୫୪୫୦କୋଟି ଟଙ୍କାର ଋଣ ବିଭିନ୍ନ ସୂତ୍ରରୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିରେ ଭାରତ ସରକାରଙ୍କଠୁ ୧୫୪୦କୋଟି ଟଙ୍କା, ଖୋଲାବଜାରରୁ ୧୭,୮୪୦କୋଟି ଟଙ୍କା, ଅନ୍ୟାନ୍ୟ ସୂତ୍ରରୁ ୫୦୭୦କୋଟି ଟଙ୍କା ଓ ଜିପିଏଫରୁ ୧ହଜାର କୋଟି ଟଙ୍କା ଋଣ ଆଣିବେ ବୋଲି ବଜେଟ ଦସ୍ତାବିଜରୁ ସୂଚନା ମିଳିଛି। ସେହିପରି ରାଜ୍ୟ ସରକାର ୨୦୨୧-୨୨ ମସିହାରେ ୨୭୨୯୬ କୋଟି ଟଙ୍କା ଓ ୨୦୨୨-୨୩ ମସିହାରେ ମଧ୍ୟ ୩୦୪୨୦ କୋଟି ଟଙ୍କା ଋଣ ଆଣିବେ ବୋଲି ଏବେଠୁ ଆକଳନ କରି ରଖିଛନ୍ତି।
ସୂଚନାଯୋଗ୍ୟ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ୨୨୭୯୧ କୋଟି ଟଙ୍କା ଋଣ କରିଛନ୍ତି।

Related story